Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ପୂର୍ବ ବର୍ଷଭଳି ରହିବନି ସ୍ୱାଧୀନତା ଦିବସର ଉଲ୍ଲାସ,ଗାଇଡଲାଇନରେ ପାଳନ ହେବ ଜାତୀୟ ଉତ୍ସବ

9/08/2020 at 6:44 PM

ନୂଆଦିଲ୍ଲୀ ୯।୮: କରୋନା ଭାଇରସ ମହାମାରୀ ଦେଶରେ ପର୍ବ ପର୍ବାଣୀର ଖୁସି ପୋଛି ନେଇଛି। ଲକଡାଉନ କାଳରେ ହୋଲି, ରଥଯାତ୍ରା, ଅମରନାଥ ଯାତ୍ରା ଓ ହଜ୍ ଆଦି ଅନୁଷ୍ଠିତ ହୋଇଥିଲେବି ଏଥର ପର୍ବପର୍ବାଣୀରେ ପୂର୍ବ ବର୍ଷମାନଙ୍କ ଭଳି ଖୁସି ନଥିଲା। ଏହି ଉତ୍ସବ ପଙକ୍ତିରେ ଏବେ ସାମିଲ ହୋଇଯାଇଛି ଦେଶର ସର୍ବୋଚ୍ଚ କାର୍ଯ୍ୟକ୍ରମ ସ୍ୱାଧୀନତୋ ଦିବସ। ଯଦିଓ ସବୁ ବର୍ଷ ଭଳି ଚଳିତବର୍ଷ ସ୍ୱାଧୀନତା ଦିବସ ପାଳନ ହେବ, ଏଥିଲାଗି ଏହି ସବୁ ମାର୍ଗଦର୍ଶନ ଅବଲମ୍ବନ କରାଯିବ।   

ସବୁ ବର୍ଷ ଭଳି ସ୍ୱାଧୀନତା ଦିବସରେ ଚଳିତବର୍ଷ ମଧ୍ୟ ପତକା ଉତ୍ତୋଳନ ହେବ। ତେବେ କିଛି ଅତିଥିଙ୍କୁ ବାଦ ଦେଲେ ଅନ୍ୟମାନଙ୍କୁ ଉତ୍ସବ ସ୍ଥଳକୁ ଆସିବା ଲାଗି ଅନୁମତି ମିଳିବ ନାହିଁ। ସ୍ୱାଧୀନତା ଦିବସ ଜାତୀୟ ଉତ୍ସବ ଯାହାକୁ ସାରା ଦେଶରେ ଅଗଷ୍ଟ ୧୫ ତାରିଖ ଦିନ ହର୍ଷୋଲ୍ଲାସର ସହ ପାଳନ କରାଯାଏ। ହେଲେ ଏଥର ଅଗଷ୍ଟ ୧୫ରେ ସେଭଳି ପରିବେଶ ରହିବନି ଯାହା ପୂର୍ବବର୍ଷମାନଙ୍କରେ ଯାହା ସବୁ ଦେଖାଯାଇଛି।

ଅଗଷ୍ଟ ୧୫ ପ୍ରସ୍ତୁତି ସବୁଠି ଆରମ୍ଭ ହୋଇଗଲାଣି। ଏଥିଲାଗି ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି। ତେବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଏବେ ଅପେକ୍ଷା କରାଯାଇଛି। ସରକାର ଯେଉଁପରି ଦିଶାନିର୍ଦ୍ଦେଶ ଦେବେ ସେହି ଅନୁସାରେ ସାରା ଦେଶରେ ଜାତୀୟ ଉତ୍ସବର ପାଳନ ହେବ। ଏଥିରେ ଭିଡକୁ ବାରଣ କରାଯିବା ସହ ଚିତାକର୍ଷକ ପ୍ୟାରେଡର ଆୟୋଜନ ହେବନି।

ସେହିପରି ଉତ୍ସବ ସ୍ଥଳକୁ କେବଳ କିଛି ବ୍ୟକ୍ତିଙ୍କୁ ବାଦ ଦେଲେ ଅନ୍ୟମାନଙ୍କୁ ନ ଆସିବାକୁ ପରାମର୍ଶ ଦିଆଯିବ। ସେହିପରି ସ୍ୱାଧୀନତା ଦିବସ ଅବସରରେ ପାଳନ ହେଉଥିବା କାର୍ଯ୍ୟକ୍ରମର କାଣ୍ଟଛାଣ୍ଟ କରାଯାଇ ଯେଉଁମାନଙ୍କ ଦ୍ୱାରା ଉତ୍ସବ ଆୟୋଜନ କରାଯିବ କେବଳ ସେହିମାନେ ହିଁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆୟୋଜନ କରିବେ ଓ ହ୍ୟାଣ୍ଡୱାସ୍. ସାନିଟାଇଜର ଏବଂ ମାସ୍କ ସମେତ ସୋସିଆଲ ଡିଷ୍ଟାନସିଂ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି।

   Related Posts