ଗୁଡ଼ି ଉଡାଇ ସ୍ୱାଧୀନତା ଦିବସ ପାଳିଲେ ରାଜଧାନୀବାସୀ, ବିଦ୍ୟୁତ ବିଭାଗ କର୍ମଚାରୀ ନୟାନ୍ତ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୮: ଦେଶରେ ୭୪ ତମ ସ୍ୱାଧୀନତା ଦିବସ ନିରାଡମ୍ବର ପାଳିତ ହୋଇଛି। ହେଲେ ରାଜଧାନୀ ଦିଲ୍ଲୀବାସୀ କିନ୍ତୁ ଜାତୀୟ ଉତ୍ସବର ମାହୋଲକୁ ଫିକା ହେବାକୁ ଦେଇ ନାହାନ୍ତି।  ଜାତୀୟ ଉତ୍ସବକୁ ଲୋକେ ଗୁଡ଼ି ଉଡାଇ ପାଳନ କରିଛନ୍ତି। ଖାସ ଏଥିଲାଗି ଦିନ ତମାମ ବିଦ୍ୟୁତ ବିଭାଗକୁ ନାକେଦମ ହେବାକୁ ପଡିଛି। ଲୋକେ ଗଳି ମହଲ୍ଲାରେ ଗୁଡ଼ି ଉଡାଇବା ବେଳେ ସେସବୁ ବିଦ୍ୟୁତ ତାରରେ ଲାଗିଥିଲା ଏଣୁ ପାୱାର ଟ୍ରିପ୍‌ ଜନିତ ସମସ୍ୟା ଲୋକେ ଭୋଗିଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ନୟାନ୍ତ ହେବାକୁ ପଡିଛି।

{"id":315149,"width":579,"height":333,"sizeSlug":"large"}

ସ୍ୱାଧୀନତା ଦିବସ ଗୁଡ଼ିଉଡା ଯୋଗୁ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୨୪ଟି ପାୱାର ଟ୍ରିପ ଅଭିଯୋଗ ମିଳିଥିବା ଡିସ୍କମ ମୁଖପାତ୍ର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନାରେ କହିଛନ୍ତି। ଏହି ସବୁ ଘଟଣା ବିଏସଇଏସ୍ ଡିସ୍କମର ବିୱାଇପିଏଲ, ବିଆରପିଏଲ ଓ ଟାଟା ପାୱାର ଡିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିତଣ ଅଞ୍ଚଳରୁ ମିଳିଥିଲା। ତେବେ ପାୱାର ଟ୍ରିପ୍‌ ନେଇ ଅଭିଯୋଗ ମିଳିବାର ୧୫ ମିନିଟ୍‌ରେ ସମସ୍ୟାର ସମାଧାନ କରାଯାଇଥିବାର ମୁଖପାତ୍ର କହିଛନ୍ତି।  ହେଲେ କେତେକ ଅଞ୍ଚଳରେ ଦିନ ତମାମ ଲାଇନ୍‌ କଟି ଥିବାର ଲୋକେ ଅଭିଯୋଗ କରିଛନ୍ତି।

{"id":315150,"sizeSlug":"large"}

କେବଳ ଅପରାହ୍ନ ସାଢେ ୪ଟା ବେଳେ ୯ଟି ପାୱାର ଟ୍ରିପ୍‌ ଅଭିଯୋଗ ମିଳିଥିଲା ବୋଲି ଅଧିକାରୀ କହିଛନ୍ତି। ସ୍ୱାଧୀନତା ଦିବସରେ କି ପିଲା କି ବୁଢା ସମସ୍ତଙ୍କୁ ରାସ୍ତାଘାଟରେ ଗୁଡ଼ି ଉଡାଉଥିବାର ଦେଖାଯାଇଛି ବୋଲି ଅଧିକାରୀ କହିଛନ୍ତି। ଗୁଡ଼ି ଉଡାରେ କୋଭିଡ ନିୟମର ଉଲ୍ଲଂଘନ ଭୟ ନଥିଲା। ଏଣୁ ଲୋକେ ଖୁବ୍ ଖୁସିରେ ଗୁଡ଼ି ଉଡାଇଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ  ଲୋକଙ୍କ ଖୁସି ଲାଗି ନୟାନ୍ତ ହେବାକୁ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.