Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||

ବଦଳିଲା ଇଣ୍ଡେନ ଗ୍ୟାସ ସିଲିଣ୍ଡର ବୁକିଂ ନମ୍ବର, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ ଓ ନମ୍ବର

28/10/2020 at 12:20 PM

ନୂଆଦିଲ୍ଲୀ ୨୮/୧୦: ପ୍ରଥ​‌ମେ ବଦଳିଲା ଏଲପିଜି ଗ୍ୟାସ ସିଲିଣ୍ଡଲର ଡେଲିଭରି ତରିକା। ଆଉ ଏବେ ପାଳି ପଡ଼ିଲା ଇଣ୍ଡେନର। ଯଦି ଆପଣ ଇଣ୍ଡେନ ଗ୍ୟାସ ଉପଭୋକ୍ତା ତେବେ ଏ ଖବର ଜାଣିବା ନିହାତି ଜରୁରୀ। ଇଣ୍ଡେନ ଗ୍ୟାସ ବୁକିଂ ମୋବାଇଲ ନମ୍ବରରେ ପରିବର୍ତନ ଆଣିଛି। ଅର୍ଥାତ ଇଣ୍ଡେନ ଗ୍ରାହକ ଏବେଠୁ ପୁରୁଣା ନମ୍ବରରେ ଫୋନ କରି ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ ନାହିଁ। ଆଜିଠାରୁ କାମ କରିବ ନାହିଁ ଇଣ୍ଡେନ ସିଲିଣ୍ଡର ବୁକିଂର ପୁରୁଣା ନମ୍ବର।

ଇଣ୍ଡେନ ଏବେ ତା ଉପଭୋକ୍ତାଙ୍କୁ ଏସଏମଏସ ଜରିଆରେ ମେସେଜ ପଠାଇ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଗ୍ରାହକଙ୍କୁ ସେମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଏହି ତଥ୍ୟ ପଠାଯିବ। ଏହା ସହ ଗ୍ୟାସ ବୁକିଂର ନୂଆ ନମ୍ବର ମଧ୍ୟ ସେୟାର କରାଯିବ। ଇଣ୍ଡେନ ଗ୍ୟାସ ଉପଭୋକ୍ତା ହୋଇଥିଲେ ୭୭୧୮୯୫୫୫୫୫ରେ କଲ୍‌ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ହେବ।

ଯଦି ଫୋନ ନ କରିପାରୁଛନ୍ତି ତେବେ ୭୫୮୮୮୮୮୮୨୪ରେ ହ୍ବାଟସଆପ୍ କରି ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବେ। ରେଜିଷ୍ଟର ମୋବାଇଲ ନମ୍ବରରେ ଆପଣଙ୍କୁ REFILL ଟାଇପ କରି ୭୫୮୮୮୮୮୮୮୨୪ରେ ପଠାଇବାକୁ ହେବ। ଏହା ବାଦ୍ ଡିଷ୍ଟିବ୍ୟୁଟରଙ୍କ ପାଖକୁ ଯାଇ ମଧ୍ୟ ସିଲିଣ୍ଡର ବୁକ୍ କରିପାରିବେ। ଚାହିଁଲେ ଗ୍ୟାସ କମ୍ପାନିର ଓ୍ବେବସାଇଟରେ ବି ଅନଲାଇନ ମାଧ୍ୟମରେ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ।

   Related Posts