ସ୍ମାର୍ଟ କିଚେନ ଲାଗି ଆସିଗଲା IOCLଙ୍କ ସ୍ମାର୍ଟ LPG, ସାଧାରଣ ସିଲିଣ୍ଡର ଠାରୁ ଅଧିକ ସୁରକ୍ଷିତ ଓ ହାଲୁକା

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ ୧୭।୭: ପରିବର୍ତ୍ତିତ ସମୟ ସହ ଲୋକଙ୍କ ରୋଷେଇ ଘର ମଧ୍ୟ ବଦଳିଛି। ହେଲେ ଏପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡରର ଚେହେରା କି ଓଜନରେ ପରିବର୍ତ୍ତନ ଆସିନଥିଲା। ଲୋକଙ୍କ ସ୍ମାର୍ଟ ରୋଷେଇ ଘରକୁ ନଜରରେ ରଖି ଭାରତୀୟ ତୈଳ ନିଗମ (ଆଇଓସିଏଲ) ଆଣିଛନ୍ତି ସ୍ମାର୍ଟ ଏଲପିଜି କମ୍ପୋଜିଟ୍ ଗ୍ୟାସ୍‌ ସିଲିଣ୍ଡର। ସୂଚନା ଅନୁସାରେ ସିଲିଣ୍ଡରର କିଛି ଅଂଶ ଟ୍ରାନ୍ସପାରେଣ୍ଟ ରହିଛି। ଫଳରେ ଲୋକେ ଏଣିକି ଗ୍ୟାସ୍‌ ସରିବା ପୂର୍ବରୁ ନିଜର ବ୍ୟବସ୍ଥା କରିପାରିବେ।

{"id":482107,"width":839,"height":629,"sizeSlug":"large","linkDestination":"none"}

ବର୍ତ୍ତମାନ ଆଇଓସି ଦିଲ୍ଲୀ ଓ ହାଇଦ୍ରାବାଦରେ ଏହି ସ୍ମାର୍ଟ ଏଲପିଜିର ବିତରଣ ବ୍ୟବସ୍ଥା କରିଛନ୍ତି। ତେବେ ସମୟକ୍ରମେ ଦେଶର ବିଭିନ୍ନ ସହରାଞ୍ଚଳରେ ମିଳିବ। ଫାଇବର ଟେକ୍ନୋଲଜିରେ ନିର୍ମିତ ଏହି ଏଲପିଜି ସିଲିଣ୍ଡର ଦେଖିବାକୁ ଯେମିତି ଆକର୍ଷକ ପାରମ୍ପାରିକ ସିଲିଣ୍ଡର ଠାରୁ ୫୦ ପ୍ରତିଶତ ହାଲୁକା ବି। ତେବେ ଏପର୍ଯ୍ୟନ୍ତ ଆମେ ରୋଷେଇ ଘରକୁ ନେଉଥିବା ସିଲିଣ୍ଡରରେ ୧୪.୨ କେଜି ଗ୍ୟାସ୍‌ ରହୁଥିବା ବେଳେ ଏଥିରେ ୧୦ କେଜି ଗ୍ୟାସ୍‌ ରହୁଛି। ଇଣ୍ଡେନର କମ୍ପୋଜିଟ ସିଲିଣ୍ଡର ପୂରୁଣା ଗ୍ୟାସ୍‌ ସିଲିଣ୍ଡର ଅପେକ୍ଷା ଅଧିକ ମଜଭୁତ ଓ ଅଧିକ ସୁରକ୍ଷିତ।

{"id":482108,"width":838,"height":471,"sizeSlug":"large","linkDestination":"none"}

ଏହି ସିଲିଣ୍ଡରର ଭିତର ପାର୍ଶ୍ୱ ବ୍ଲୋ ମୋଲ୍ଡେଡ୍, ହାଇଡେନସିଟି ପଲିଇଥାଇଲିନ (ଏଚଡିପିଇ) ଇନରଲାଇନରେ ପ୍ରସ୍ତୁତ କରାଯାଇଛି। ଏପରି ସିଣ୍ଡିର ରୋଷେଇ ଘରକୁ ନେବା ଲାଗି ଗ୍ରାହକଙ୍କୁ ସିକ୍ୟୁରିଟି ଡିପୋଜିଟ କରିବାକୁ ହେବ। ଏହି ସିଲିଣ୍ଡର ୫ ଓ ୧୦ କେଜି ଓଜନର ମିଳୁଛି। ୫ କେଜି ସିଲିଣ୍ଡର ଲାଗି ୨ହଜାର ୧୫୦ ଟଙ୍କା ସିକ୍ୟୁରିଟି ଦେବାକୁ ପଡୁଥିବା ବେଳେ ୧୦ କେଜି ସିଲିଣ୍ଡର ଲାଗି ୩ ହଜାର ୩୫୦ ଟଙ୍କା ଜମା କରିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.