ଇଣ୍ଡେନ ଲଞ୍ଚ କଲା ନୂଆ ଏଲପିଜି ସିଲିଣ୍ଡର: ୫ ପ୍ରତିଶତ କମ୍ ଖର୍ଚ୍ଚ ହେବ ଗ୍ୟାସ୍

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧ : ଇଣ୍ଡିଆନ୍ ଅଏଲ୍ ଏକ ନୂଆ ପ୍ରକାରର ଏଲପିଜି ସିଲିଣ୍ଡର ଲଞ୍ଚ କରିଛି। ଏହି ସିଲିଣ୍ଡରର ନାମ Indane XTRATEJ ରଖାଯାଇଛି। ଏହା ଅନ୍ୟ ଏଲପିଜି ସିଲିଣ୍ଡର ଅପେକ୍ଷା ଅଧିକ ଦକ୍ଷ ଏବଂ କମ୍ ଗ୍ୟାସ୍ ବ୍ୟବହାର ସହିତ ରାନ୍ଧିବା ସମୟ ମଧ୍ୟ ସଞ୍ଚୟ କରେ। ତେବେ ଏହାକୁ ଘରେ ବ୍ୟବହାର କରିପାରିବେ ନାହିଁ କାରଣ ଏହା ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବହାର ପାଇଁ କରାଯାଇଛି।

ଏହି ସିଲିଣ୍ଡର କମର୍ସିୟାଲ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଘରେ ବ୍ୟବହୃତ ସିଲିଣ୍ଡର ତୁଳନାରେ ଏହା ୫ ପ୍ରତିଶତ କମ୍ ଗ୍ୟାସ୍ ଉପଯୋଗ କରିଥାଏ ଏବଂ ରାନ୍ଧିବା ସମୟରେ ୧୪ ପ୍ରତିଶତ ପର୍ଯ୍ୟନ୍ତ ଗ୍ୟାସ ସଞ୍ଚୟ କରେ। ଏହି ସିଲିଣ୍ଡରରେ ଭର୍ତି ହୋଇଥିବା ଗ୍ୟାସର ଚାପ ଅଧିକ, ଯେଉଁ କାରଣରୁ ଗ୍ୟାସ୍ ଏହାର ପୂର୍ଣ୍ଣ ସାମର୍ଥ୍ୟରେ ବ୍ୟବହୃତ ହୁଏ। ଏହି ସିଲିଣ୍ଡରର କ୍ଷମତା ବୃଦ୍ଧି କରିବାକୁ ଇଣ୍ଡେନର ଅନୁସନ୍ଧାନ ଏବଂ ବିକାଶ ବିଭାଗ ଏକ ବିଶେଷ ପ୍ରକାରର ଏଡିଟିଭ ପ୍ରସ୍ତୁତ କରିଛି। ଏହି ଏଡିଟିଭକୁ ମିକ୍ସ କଲେ ଏକ୍ସଟ୍ରା ତେଜ ସିଲିଣ୍ଡରର ଅଧିକ ନିଆଁରେ ଜଳିଯାଏ।

{"id":537048,"sizeSlug":"full","linkDestination":"none"}

ଇଣ୍ଡେନ ଏହି ସିଲିଣ୍ଡର ଲଞ୍ଚ କରିବା ପୂର୍ବରୁ ଅନେକ ସ୍ଥାନରେ ଫିଲ୍ଡ ଟ୍ରାଏଲ୍ କରିଛି। ଏହା ପରେ କମ୍ପାନୀ କହିଛି ଯେ ଇଣ୍ଡେନ XTRATEJ ସିଲିଣ୍ଡରରୁ୫ ପ୍ରତିଶତ ଗ୍ୟାସ ସଞ୍ଚୟ ହୋଇଥାଏ। ରୋଷେଇ କରିବା ସମୟରେ ଅନ୍ୟ ସିଲିଣ୍ଡର ତୁଳନାରେ ଏହା ୧୪ ପ୍ରତିଶତ କମ୍ ସମୟ ନେଇଥାଏ। ଅର୍ଥାତ୍ ଯଦି ଏହି ସିଲିଣ୍ଡରରୁ ଖାଦ୍ୟ ରନ୍ଧାଯାଏ, ତେବେ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଯିବ। ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଏହି ସିଲିଣ୍ଡର ବ୍ୟବହାର କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.