Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ ଆଜି : ସିରିଜ ଜିତିବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

11/08/2019 at 9:14 AM

ନୂଆଦିଲ୍ଲୀ ୧୧/୮: ଭାରତ-ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ ଆଜି । ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‍ ରବିବାର ପୋର୍ଟ ଅଫ୍‍ ସ୍ପେନ୍‍ର କୁଇନ୍ସ ପାର୍କ ଓଭାଲ୍‍ଠାରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍‍ ଖେଳାଯିବ । ଗତ ଗୁରୁବାର ଦିନ ଗୟାନାଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‍ ବର୍ଷା ଯୋଗୁଁ ୧୩ ଓଭର ପରେ ବାତିଲ୍‍ କରିଦିଆଯାଇଥିଲା । 

ତୃତୀୟ ତଥା ଅନ୍ତିମ ମ୍ୟାଚ୍‍ ଆସନ୍ତା ବୁଧବାର ୧୪ ତାରିଖ ଦିନ ମଧ୍ୟ ପୋର୍ଟ ଅଫ୍‍ ସ୍ପେନ୍‍ର କୁଇନ୍ସ ପାର୍କଠାରେ ଖେଳାଯିବ । ଅନ୍ୟ ପକ୍ଷରେ ୩-୦ରେ ଟ୍ବୋଣ୍ଟି-୨୦ ସିରିଜ ଜିତିଥିବା ଭାରତ ଏହି ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ବିଶ୍ବକପ୍  ବିଦାୟରୁ ବର୍ତିଯାଇଥିବା କେଦାର ଯାଦବଙ୍କ ପାଇଁ ଶୃଙ୍ଖଳାର ପରବର୍ତୀ ଦୁଇ ମ୍ୟାଚ୍  ଗୁରୁତ୍ବପୂର୍ଣ୍ଣ ହେବ । ଅନ୍ୟପକ୍ଷରେ ପ୍ରତିଭାବାନ ଶ୍ରେୟସ ଆୟର ଫାଙ୍କା ପଡ଼ିଥିବା ୪ ନମ୍ବର ସ୍ଥାନର ଅଭାବକୁ ପୂର୍ଣ୍ଣ କରିବାର ସୁଯୋଗ ପାଇବେ । ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଗୋଟିଏ ବି ମ୍ୟାଚ୍  ଖେଳିବା ସୁଯୋଗ ପାଇନଥିବା  ଆୟର ବର୍ଷା କାରଣରୁ ପ୍ରଥମ ଦିନିକିଆରେ ବି ନିଜ ପ୍ରଦର୍ଶନରୁ ବଞ୍ଚିତ ହୋଇଥିଲେ ।

ଆଜି ଭାରତ ନିଜ ବ୍ୟାଟିଂକ୍ରମରେ ପରିବର୍ତନ କରିବା ସମ୍ଭାବନା କମ୍  ଥିବାରୁ ଏହି ମୁମ୍ବାଇକର ଦ୍ବିତୀୟ ମ୍ୟାଚ୍ ରେ ଖେଳିବା ନିଶ୍ଚିତ ରହିଛି । ଦୁଇଟି ମ୍ୟାଚ୍  ଜଣେ ଖେଳାଳିକୁ ପ୍ରମାଣିତ କରିବା ଲାଗି ଯଥେଷ୍ଟ ନ ଥିବାରୁ ଆୟରଙ୍କ ଉପରେ ଅତିରିକ୍ତ ଚାପ ରହିବ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତ ‘ଏ’ ପାଇଁ ଆୟର ଗତ ମାସରେ ୨ଟି ଅର୍ଧଶତକ ହାସଲ କରିଥିଲେ । ଏହାକୁ ଆତ୍ମବିଶ୍ବାସ ଭାବେ ରଖିଛନ୍ତି ଆୟର । ଆୟରଙ୍କୁ ୪ ନମ୍ବର ସ୍ଥାନ ମିଳୁଥିବାରୁ ଶିଖର ଧାୱନ ଶୀର୍ଷରେ ଖେଳୁଥିବା ପର୍ଯ୍ୟନ୍ତ କେଏଲ୍  ରାହୁଲଙ୍କୁ ମଧ୍ୟକ୍ରମରେ ଖେଳିବାକୁ ପଡ଼ିବ । ରୋହିତ ଏବଂ ଧାୱନଙ୍କ ମଧ୍ୟରୁ କେହି ଆହତ ସମସ୍ୟାରେ ପଡ଼ିଲେ ହିଁ ରାହୁଲଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ମିଳିବ, ଯେଭଳି ଗତ ବିଶ୍ବକପ୍ ରେ ହୋଇଥିଲା।

   Related Posts