ଆଜି ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟି୨୦ ମ୍ୟାଚ, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Published By : Prameya-News7 Bureau | December 08, 2019 IST

ତ୍ରିଭେନ୍ଦ୍ରମ ୦୮।୧୨: ଆଜି ତ୍ରିଭେନ୍ଦ୍ରମରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟି୨୦ । ପ୍ରଥମ ମ୍ୟାଚକୁ ସହଜରେ ଜିତି ନେଇଥିବାରୁ ଆଜିର ମ୍ୟାଚ୍ ଜିତି ସିରିଜ ସିଲ୍ କରିବା ଲକ୍ଷ୍ୟରେ ରହିବ ବିରାଟ ବାହିନୀ । ଗତ ୧୩ ମାସ ମଧ୍ୟରେ ଭାରତ-ଇଣ୍ଡିଜ ମଧ୍ୟରେ ୬ ଥର ମୁକାବିଲା ହୋଇଥିବା ବେଳେ ସବୁଥର ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ତେଣୁ ଆଜି ହିଁ ଶୃଙ୍ଖଳା ବିଜୟରେ ଭାରତ ମୁଣ୍ଡି ମାରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ତେବେ ଏଥିଲାଗି ବିରାଟ ବାହିନୀକୁ ବ୍ୟାଟିଂ ସହ ବୋଲିଂ ଏବଂ ଫିଲଡିଂରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ହେବ ।

{"id":195129,"sizeSlug":"large"}

ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ଅତି ଖରାପ ଫିଲଡିଂ କରିବା  ସହ ଅନ୍ୟୁନ୍ୟ ପାଞ୍ଚଟି କ୍ୟାଚ୍ ହାତଛଡ଼ା କରିଥିଲା । ବୋଲରମାନେ ମଧ୍ୟ ଲାଇନ୍ ଏବଂ ଲେନ୍ଥ୍  ପାଇବାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ । ଭାରତ ପାଇଁ ଦୀପକ ଚହର, ୱାସିଂଟନ ସୁନ୍ଦ ଏପରିକି ଭୁବନେଶ୍ବର କୁମାର ବି ବୋଲିଂରେ ବେଶ୍ ମହଙ୍ଗା ସାବ୍ୟସ୍ତ  ହୋଇଥିଲେ। ତେବେ ବ୍ୟାଟିଂରେ ଅଧିନାୟକ ବିରାଟ କୋହଲିଙ୍କ ଧମାକାଦାର ବ୍ୟାଟିଂ ବଳରେ କିନ୍ତୁ ଭାରତ ପ୍ରଥମ ଟି୨୦ ଜିତିଥିଲା ।

{"id":195130,"sizeSlug":"large"}

ତେଣୁ ଆଜିର ମ୍ୟାଚ୍ ଜିତିଲେ ଭାରତ ଶେଷ ମ୍ୟାଚରେ ଏକ୍ସପେରିମେଣ୍ଟ ପାଇଁ ମଧ୍ୟ ସମୟ ପାଇବ । ସେହିପରି ଆଜିର ମ୍ୟାଚରେ ବଡ଼ ଧରଣର ଅଦଳବଦଳ ସମ୍ଭାବନା ପ୍ରାୟ ନାହିଁ । ତେଣୁ ମନୀଷ ପାଣ୍ଡେ, ସଞ୍ଜୁ ସାମସନ, କୁଲଦୀପ ଯାଦବ ଏବଂ ମହମ୍ମଦ ସାମିଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ । ବଲ୍ ଟାମ୍ପରିଂ ପାଇଁ ୪ ମାସର ବାସନ୍ଦାଦେଶ ପରେ ନିକୋଲାସ ପୂରନ ୱେଷ୍ଟଇଣ୍ଡିଜ୍ ଚୂଡ଼ାନ୍ତ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ଦୀନେଶ ରାମଦୀନଙ୍କ ସ୍ଥାନରେ ୱିକେଟ୍ ରକ୍ଷଣ କରି ପାରିନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.