Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆଜି ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି : ଧର୍ମଶାଳା ଷ୍ଟାଡିୟମରେ ହେବ ମୁକାବିଲା

15/09/2019 at 8:21 AM

ଧର୍ମଶାଳା ୧୫/୯: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ । ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ଆଜି ସଂଧ୍ୟା ୭ଟାରେ ଧର୍ମଶାଳାରେ ଖେଳାଯିବ । ତେବେ ଭାରତୀୟ ଦଳ ବେଶ୍  ମଜଭୁତ ରହିଛି । ଭାରତୀୟ ଟ୍ବେଣ୍ଟି-୨୦ ଦଳର ନିୟମିତ ଖେଳାଳିଙ୍କ ସହ କିଛି ଯୁବ ବୋଲର ଏହି ମ୍ୟାଚ୍ ରେ ଖେଳିବାକୁ ଯାଉଛନ୍ତି ।

ଅନ୍ୟପକ୍ଷରେ କ୍ବିଣ୍ଟନ ଡିକକ୍ ଙ୍କ ନେତୃତ୍ବରେ ଏକ ଅନଭିଜ୍ଞ ଦଳ ଭାରତ ଆସିଛି । ଦଳରେ ଫାଫ୍  ଡୁପ୍ଲେସି କିମ୍ବା ଅବସର ନେଇଥିବା ହାସିମ୍ ଆମଲା ନାହାନ୍ତି । ବୋଲିଂ ବିଭାଗରେ କାଗିସୋ ରାବାଡ଼ାଙ୍କୁ ଛାଡ଼ି ଅଭିଜ୍ଞ ବୋଲର ନାହାନ୍ତି । ତେଣୁ ଭାରତ ଏହି ମ୍ୟାଚ୍ ସହ ପୂରା ସିରିଜ୍ ରେ ଫେଭରିଟ୍ ର ମାନ୍ୟତା ପାଇଛି।

ଶେଷଥର ପାଇଁ ୨୦୧୫ରେ ଏହି ଗ୍ରାଉଣ୍ଡରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିଲା । ରୋହିତ ଶର୍ମାଙ୍କ ଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୨୦୦ ରନ୍ ର ପିଛାକରି ବିଜୟୀ ହୋଇଥିଲା । ତେବେ ମ୍ୟାଚ୍ ରେ ବର୍ଷା ବାଧକ ସାଜିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

   Related Posts