ଭାରତ ବିପକ୍ଷ ସିରିଜ୍ ପାଇଁ ଶ୍ରୀଲଙ୍କାର ଦଳ ଘୋଷଣା, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ ୧୬।୦୭: ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଶ୍ରୀଲଙ୍କା କ୍ରିକେଟ୍ ୨୪ ଜଣିଆ ଦଳ ଘୋଷଣା କରିଛି। ଦାସୁନ ଶନାକାଙ୍କୁ ଶ୍ରୀଲଙ୍କା ଦଳର ଅଧିନାୟକ କରାଯାଇଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ର ଦିନିକିଆ ଓ ତିନି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଜୁଲାଇ ୧୮ରେ ଖେଳାଯିବ।

ଇଂଲଣ୍ଡ ଗସ୍ତ ପର୍ଯ୍ୟନ୍ତ ଦଳର ଅଧିନାୟକ ଥିବା ଅନୁଭବୀ ବ୍ୟାଟସମ୍ୟାନ କୁଶଲ ପେରେରା କାନ୍ଧରେ ଆଘାତ କାରଣରୁ ସିରିଜ୍‌ରୁ  ବାଦ୍ ପଡିଛନ୍ତି। ଏଥିରେ ଦଳକୁ ବଡ ଝଟକା ଲାଗିଛି। ଜୟ ପି ସିଲଭାଙ୍କୁ ଶ୍ରୀଲଙ୍କା ଦଳର ଉପ ଅଧିନାୟକ କରାଯାଇଛି। ଲାହିରୁ ଉଡାରା, ଶିରାନ ଫର୍ଣ୍ଣାଡୋ ଓ ଇଶାନ ଜୟରତ୍ନେଙ୍କୁ ୨୪ ଜଣିଆ ଦଳ ସାମିଲ୍ କରାଯାଇଛି। ଏହି ତିନି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରି ନାହାନ୍ତି।

ଦଳରେ ଧନଞ୍ଜୟ ଲକ୍ଷନ ଓ ପ୍ରବୀଣ ଜୟାବିକ୍ରମାଙ୍କୁ ସାମିଲ୍ କରାଯାଇଛି। ଏହି ଦୁଇ ଖେଳାଳି ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏପରିକି ଟି-୨୦ରେ ଅଦ୍ୟାବଧି ପଦାର୍ପଣ କରି ନାହାନ୍ତି। ଲାହିରୁ କୁମାର ଦୀର୍ଘ ସମୟ ପରେ ସୀମିତ ଓଭର କ୍ରିକେଟ୍‌କୁ ଫେରିଛନ୍ତି।

wp:html /wp:html

ଦିନିକିଆ ଓ ଟି-୨୦ ପାଇଁ ଶ୍ରୀଲଙ୍କା ଦଳ

ଦାସୁନ ଶନାକା(ଅଧିନାୟକ), ଧନଞ୍ଜୟ ଡି ସିଲଭା(ଉପ ଅଧିନାୟକ), ଅବିଷ୍କା ଫର୍ଣ୍ଣାଡୋ,  ଭାନୁକ ରାଜପକ୍ଷା, ପଥୁମ ନିସାଙ୍କା, ଚରିତ ଅସାଲାଙ୍କା,  ଓ୍ଵାନ୍ଦେଦୁ ହସାରଙ୍ଗା, ଏଶେଲ ବଣ୍ଡାରା, ମିନୋଦା ଭାନୁକା, ଲାହିରୁ ଉଡାରା, ରମେଶ ମେଣ୍ଡିସ୍, ଚାମିକା କରୁଣାରତ୍ନେ, ବିୁନରା ଫର୍ଣ୍ଣାଡୋ(ଦିନିକିଆରୁ ବାଦ୍), ଦୁଷ୍ମନ୍ତା ଚମିରା, ଲକ୍ଷ୍ମଣ ସନ୍ଦାକନ, ଅକିଲା ଧନଞ୍ଜୟ, ଶିରାନ ଫର୍ଣ୍ଣଡୋ, ଧନଞ୍ଜୟ ଲକ୍ଷ୍ମଣ, ଇଶାନ ଜୟାରତ୍ନେ, ପ୍ରବୀମ ଜୟବିକ୍ରମା, କସୁନ ରଜିତା, ଲାହିରୁ କୁମାର ଇସରୁ ଉଡାନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.