Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ହେଲା ଅନ୍ୟାୟ, ଜାହିର ଖାନ ଉଠାଇଲେ ପ୍ରଶ୍ନ !

26/07/2021 at 11:27 PM

ନୂଆଦିଲ୍ଲୀ ୨୬।୦୭: ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ରନ ବର୍ଷା ହେବାରେ ଲାଗିଛି। ଦିନିକିଆ ସିରିଜ୍‌ରେ ମ୍ୟାନ୍ ଅଫ ଦ ସିରିଜ୍‌ ବିବେଚିତ ସୂର୍ଯ୍ୟକୁମାର ଯାଦବ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସୂର୍ଯ୍ୟକୁମାର ଯାଦବ ମାତ୍ର ୩୪ ବଲ୍‌ରୁ ୫୦ ରନ କରିଥିଲେ। ଏଥିରେ ୫ ଚୌକା ଓ ୨ ଛକା ସାମିଲ।

ସୂର୍ଯ୍ୟକୁମାରଙ୍କ ଏହି ଇନିଂସ ଦମରେ ଭାରତୀୟ ଦଳ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୪ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଦଳ ମାତ୍ର ୧୨୬ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ପ୍ରଥମ ଟି-୨୦କୁ ୩୬ ରନରେ ଜିତି ନେଇଛି। ହେଲେ ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାରଙ୍କ ପ୍ରତି ଅନ୍ୟାୟ ହୋଇଥିବା ମନେ କରିଛନ୍ତି ପୂର୍ବତନ ଦ୍ରୁତ  ବୋଲର ଜାହିର ଖାନ।

ଜାହିରଙ୍କ ଅନୁଯାୟୀ, ପ୍ରଥମ ଟି-୨୦ରେ ଅର୍ଦ୍ଧଶତକ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ପୁରସ୍କାର ମିଳିବା ଉଚିତ୍ ଥିଲା। କିନ୍ତୁ ଏହି ପୁରସ୍କାର ଭୁବନେଶ୍ଵର କୁମାରଙ୍କୁ ମିଳିଥିଲା। ଭୁବନେଶ୍ଵର ଏହି ମ୍ୟାଚ୍‌ରେ ମାତ୍ର ୨୨ ରନ ଦେଇ ୪ ସଫଳତା ପାଇଥିଲେ। ଜାହିର କ୍ରିକବଜ୍‌ ସହ ଆଲୋଚନା ବେଳେ କହିଛନ୍ତି, ଏହି ମୁକାବିଲାରେ ମ୍ୟାନ୍ ଅଫ ଦ ମ୍ୟାଚ୍‌ର ହକଦାର ସୂର୍ଯ୍ୟକୁମାର ଯାଦବ ଥିଲେ।

ସୂର୍ଯ୍ୟକୁମାର ମୁସ୍କିଲ ପିଚ୍‌ରେ ଗଜବ ରନ ରେଟ୍‌ରେ ରନ ସଂଗ୍ରହ କରିଥିଲେ। ନିଜ ଇନିଂସରେ ସେ ୫ ଚୌକା ଓ ୨ ଛକା ସହ ୫୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ମୁସ୍କିଲ ପିଚ୍‌ରେ ଭଲ  ବ୍ୟାଟିଂ କାରଣରୁ ତାଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍‌ର ହକଦାର ମାନୁଛି ବୋଲି ଜାହିର ଖାନ କହିଛନ୍ତି।

ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଓ ଦିନିକିଆରେ ଦମଦାର ପ୍ରଦର୍ଶନ କାରଣରୁ ଟେଷ୍ଟ ଦଳରେ ସୁଯୋଗ ମିଳିଛି। ସୋମବାର ବିସିସିଆଇ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ଵୀ ଶ ଇଂଲଣ୍ଡ ଗସ୍ତରେ ଯିବେ ବୋଲି ଘୋଷଣା କରିଛିଛ। ସୂର୍ଯ୍ୟକୁମାର ଯାଦବ ଦିନିକିଆ ଓ ଟି-୨୦ ବ୍ୟତୀତ ଲମ୍ବା ଫର୍ମାଟ୍‌ ପାଇଁ ମଧ୍ୟ ଜଣେ ଉତ୍ତମ ଖେଳାଳି।

   Related Posts