Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

T-20 WC : ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ କି ନାହିଁ ? ଉତ୍ତର ରଖିଲେ ବିରାଟ କୋହଲି

23/10/2021 at 4:13 PM

ଦୁବାଇ ୨୩।୧୦: ପାକିସ୍ତାନ ବିପକ୍ଷ ମହା ମୁକାବିଲା ପୂର୍ବରୁ ଭାରତୀୟ ଦଳର ଅଧିନାୟକ  ବିରାଟ କୋହଲି ପ୍ରେସ୍ କନଫରେନ୍ସ କରିଛନ୍ତି। ଶନିବାର ବିରାଟ କୋହଲି କହିଛନ୍ତି, ଆମର ପୂରା ଫୋକସ୍ ମ୍ୟାଚ୍  ଉପରେ ରହିଛି ଏବଂ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଏହି ହାଇଭୋଲଟେଜ୍ ମୁକାବିଲା ଆସନ୍ତାକାଲି ସନ୍ଧ୍ୟା ୭ଟା ୩୦ରେ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

ଭାରତର ଚୂଡାନ୍ତ ଏକାଦଶ କଣ ରହିବ ତାହା ମ୍ୟାଚ୍ ସମୟରେ ଜଣାଇବୁ ବୋଲି କୋହଲି କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକରିବା ଉପରେ କୋହଲି କହିଛନ୍ତି ଯେ, ଏହାକୁ ନେଇ ଆମେ ଚିନ୍ତିତ ନୁହଁ। ଜଣେ ଫିନିସର  ଭାବେ ସେ ଦଳ ପାଇଁ ଭଲ ପ୍ରଦର୍ଶନ କରି ପାରିବେ। ଯଦି ଓଭର ବାହାର କରିବାକୁ ପଡେ ତେବେ ଏଥିପାଇଁ ଆମ ପାଖରେ ଭଲ ବିକଳ୍ପ ରହିଛି। ଆମେ ହାର୍ଦ୍ଦିକଙ୍କୁ ନେଇ ଅଧିକ କିଛି ଚିନ୍ତା କରୁନାହୁଁ ଏବଂ ପାଣ୍ଡ୍ୟା ସଂପୂର୍ଣ୍ଣ ଫିଟ୍ ବୋଲି କୋହଲି କହିଛନ୍ତି।

ଭାରତୀୟ ବୋଲିଂକୁ ନେଇ ବିରାଟ କୋହଲି କହିଛନ୍ତି, ଆମର ବୋଲିଂ ଦମଦାର ରହିଛି। ଗତ କିଛି ସମୟ ଧରି  ଭାରତୀୟ ବୋଲର  ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ଆମେ ଅନେକ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରୁଛୁ ବୋଲି ଅଧିନାୟକ କୋହଲି କହିଛନ୍ତି।

ପାକିସ୍ତାନ ଏକ ମଜବୁତ ଦଳ

ବିରାଟ କୋହଲି କହିଛନ୍ତି, ଆମେ କେବେ ରେକର୍ଡ ଉପରେ ଧ୍ୟାନ ଦେଉ ନାହୁଁ। ମ୍ୟାଚ୍ ଦିନ ଆପଣ କିପରି ଖେଳୁଛନ୍ତି, ସବୁ କିଛି ତାହା ଉପରେ ନିର୍ଭର କରେ। ପାକିସ୍ତାନ ବହୁତ ମଜବୁତ ଟିମ୍। ସେମାନଙ୍କ ବିରୋଧରେ ଆପଣଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିଥାଏ। ପାକିସ୍ତାନ ପାଖରେ ଏମିତି ଖେଳାଳି ଅଛନ୍ତି, ଯେଉଁମାନେ ମ୍ୟାଚ୍‌ର ଗତିପଥ ବଦଳାଇବାକୁ ସକ୍ଷମ। ତେଣୁ ଆମକୁ  ନିଜ ଖେଳ ଏବଂ ଯୋଜନା ଉପରେ ଫୋକସ୍ କରିବାକୁ ପଡିବ ବୋଲି କୋହଲି କହିଛନ୍ତି।

ବିଶ୍ଵ କପ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ଵିନ, ଶାର୍ଦ୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ମହମ୍ମଦ ଶାମି।

ରିଜର୍ଭ ଖେଳାଳି- ଶ୍ରେୟସ ଆୟର, ଦୀପକ ଚହର, ଅକ୍ଷର ପଟେଲ୍।

   Related Posts