ଭାରତ ପାଇଁ ପୁଣି ଥରେ 'ଅଶୁଭ' ସାବ୍ୟସ୍ତ ହେବେ କି ଅମ୍ପାୟର ଚିରାର୍ଡ କେଟେଲବରଗ, ରେକର୍ଡ ଦେଖି ଆଶଙ୍କାରେ ପ୍ରଶଂସକ

Published By : Prameya-News7 Bureau | October 31, 2021 IST

ଦୁବାଇ ୩୧।୧୦: ଛଅ ଦିନର ବ୍ରେକ୍ ପରେ  ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵ କପ୍‌ ୨୦୨୧ର ସୁପର ୧୨ ରାଉଣ୍ଡର ଗ୍ରୁପ ବିରେ ଆଜି ନ୍ୟୁଜିଲାଣ୍ଡକୁ  ଭେଟିବ। ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠୁ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ଭାରତୀୟ ଦଳକୁ ଆଜିର ମ୍ୟାଚ୍‌ରେ ଯେମିତି ହେଲେ ବିଜୟ ଦରକାର। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ  ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ରେ ଅମ୍ପାୟରିଂ କରିବେ ଇଂଲଣ୍ଡର ରିଚାର୍ଡ କେଟେଲବରଗ। ଆମେ ଏଥିପାଇଁ ରିଚାର୍ଡଙ୍କ କଥା କହୁଛୁ କାରଣ ୨୦୧୪ ପରଠୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ଯେଉଁ ଯେଉଁ ମ୍ୟାଚ୍‌ରେ କେଟେଲବରଗ ଅମ୍ପାୟରିଂ କରିଛନ୍ତି, ସେହି ମ୍ୟାଚ୍‌ରେ ଭାରତକୁ ପରାୟଜର ସାମ୍ନା କରିବାକୁ ପଡିଛି। କେଟେଲବରଗ ପୁଣି ଥରେ ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ ଅମ୍ପାୟରିଂ କରିବାକୁ ଯାଉଛନ୍ତି। ଏହା ଦେଖି ପ୍ରଶଂସକଙ୍କ ହୋସ୍ ଉଡିଗଲାଣି।

wp:html /wp:html

ଚିରାର୍ଡ କେଟେଲବରଗ ୨୦୧୪ରୁ ଏ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛନ୍ତି। ଭାରତ ଗତ କିଛି  ବର୍ଷରେ ଯେତେ ଆଇସିସି ନକଆଉଟ୍ ମ୍ୟାଚ୍ ଖେଳିଛି, ସେଥିରୁ ପ୍ରାୟ ସମସ୍ତ ମ୍ୟାଚ୍‌ରେ ରିଚାର୍ଡ ଅମ୍ପାୟରିଂ କରିଛନ୍ତି। ଆଉ ଏହି ସବୁ ମ୍ୟାଚ୍‌ରେ  ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାରୁ ଥିବା ଭାରତ ବନାମ ନ୍ୟୁଜିଲାଣ୍ଡ ମୁକାବିଲା ଦୁଇ ଦଳ ପାଇଁ କ୍ଵାର୍ଟର ଫାଇନାଲ୍ ପରି ହୋଇଛି।

wp:html /wp:html

ଅମ୍ପାୟର ରିଚାର୍ଡ କେଟେଲବରଗ ସର୍ବଦା ଭାରତୀୟ ଦଳ ପାଇଁ ସର୍ବଦା ଅଶୁଭ  ସାବ୍ୟସ୍ତ ହୋଇଛନ୍ତି। ବିଶେଷ କରି ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ୍ ମୁକାବିଲାରେ। ଭାରତ ଗତ କିଛି ବର୍ଷରେ ଯେତେ ବି ଆଇସିସି ନକଆଉଟ୍ ମ୍ୟାଚ୍ ଖେଳିଛି ସେଥିରୁ ପ୍ରାୟତଃ ସମସ୍ତ ମ୍ୟାଚ୍‌ରେ ରିଚାର୍ଡ କେଟେଲବରଗ ପଡିଆରେ ଅମ୍ପାୟରିଂ କରିଛନ୍ତି। ଆଉ ସେହି ମ୍ୟାଚ୍‌ଗୁଡିକରେ  ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଏମିତି ପରମ୍ପରା ୨୦୧୪ ପରଠୁ ଜାରି ରହିଛି।   

୨୦୧୪ ଟି-୨୦  ବିଶ୍ଵ କପ୍ ଫାଇନାଲ, ୨୦୧୫ ଦିନିକିଆ ବିଶ୍ଵ କପ୍‌ ସେମି ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ, ୨୦୧୬ ଟି-୨୦ ବିଶ୍ଵ କପ୍‌ ସେମି ଫାଇନାଲରେ ଓ୍ଵେଷ୍ଟଇଣ୍ଡିଜ ହାତରୁ, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ଏବଂ ୨୦୧୯ ବିଶ୍ଵ କପ୍ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ହାତରୁ ଭାରତ ପରାଜିତ ହୋଇଛି। ଆଉ ଏହି ସମସ୍ତ ମ୍ୟାଚ୍‌ରେ ରିଚାର୍ଡ କେଟେଲବରଗ ଅମ୍ପାୟରିଂ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.