Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଏ କେମିତି କା ଟିମ୍ ? ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ୫ ଓପନର, କିଏ କରିବ ଫିନିସ୍

10/11/2021 at 4:18 PM

ନୂଆଦିଲ୍ଲୀ ୧୦।୧୧: ଟି-୨୦ ବିଶ୍ଵ କପ୍‌ରେ ଭାରତର ଅଭିଯାନ ଶେଷ ହେବା ପରେ ଏବେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟି-୨୦ ସିରିଜ୍ ଖେଳିବ। ରୋହିତ ଶର୍ମା ଟି-୨୦ ଫର୍ମାଟ୍‌ରେ ଦଳର ଅଧିନାୟକ ହୋଇଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ  ମଙ୍ଗଳବାର ଦଳ ଘୋଷଣା ହୋଇଛି। ଏଥିରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ହେଲେ ୧୬ ଜଣିଆ ଏହି ଦଳରେ ୫ ଓପନରଙ୍କୁ ସ୍ଥାନ ମିଳିଛି। ତେଣୁ ଏହାକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଛି।

କିଏ କରିବ ଓପନିଂ

ଏ ପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ରୋହିତ ଶର୍ମା, କେଏଲ ରାହୁଲ ଓପନିଂ କରୁଛନ୍ତି। ଏବେ ବିରାଟ କୋହଲି ଦଳରେ ନଥିବାରୁ ତେବେ କଣ ରୋହିତ ଶର୍ମା ଓପନିଂ କରିବେ ନା ଅଲଗା ଅର୍ଡରରେ ବ୍ୟାଟିଂ କରିବେ ତାହା ଏବେ ବଡ ପ୍ରଶ୍ନ। ଯେଉଁଭଳି ଦଳର ଚୟନ ହୋଇଛି ତାକୁ ଦେଖିଲେ, ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ପରି ଚତୁର୍ଥ ନମ୍ଵରରେ ବ୍ୟାଟିଂ କରିପାରନ୍ତି। ଅନ୍ୟପଟେ ଦଳ ପ୍ରବନ୍ଧକ ଇଶାନ କିଶନ, ଭେଙ୍କଟେଶ ଆୟର, ଋତୁରାଜ ଗାଏକଓ୍ଵାଡ ଓ କେଏଲ ରାହୁଲଙ୍କ ପରି ଖେଳାଳିଙ୍କୁ ଓପନିଂ ପାଇଁ ସୁଯୋଗ ଦେଇପାରେ।

ଭବିଷ୍ୟତର ପ୍ରସ୍ତୁତିକୁ ଦେଖିଲେ ଋତୁରାଜ ଗାଏକଓ୍ଵାଡଙ୍କୁ ମଧ୍ୟ ଓପନିଂ ଭାବେ ପ୍ରସ୍ତୁତ କରାଯାଇପାରେ। ଋତୁରାଜ ଆଇପିଏଲ ସହ ବର୍ତ୍ତମାନ ଖେଳାଯାଉଥିବା ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି।

ଏମିତିରେ ରୋହିତ-ଋତୁରାଜ କିମ୍ବା ରାହୁଲ-ଋତୁରାଜ ଗାଏକଓ୍ଵାଡ ଯୋଡି, ତୃତୀୟ ନମ୍ବରରେ ସୂର୍ଯ୍ୟକୁମାର କିମ୍ବା ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିପାରେ। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ  ଟ୍ଵିଟ୍ କରି ପ୍ରଶ୍ନ ଉଠାଇଛନ୍ତି ଯେ, ଗୋଟିଏ ଦଳରେ ପାଞ୍ଚ ଓପନର ଏବଂ ଫିନିସର ଭାବେ କେବଳ ଋଷଭ ପନ୍ତ।

ହାର୍ଦ୍ଦିକଙ୍କ ସ୍ଥାନରେ ଭେଙ୍କଟେଶ ଆୟର ?

ଅନ୍ୟପଟେ ଭେଙ୍କଟେଶ ଆୟରଙ୍କୁ ଜଣେ ଫିନିସର ଭାବେ ଦାୟିତ୍ଵ ଦିଆଯାଇପାରେ। ଆଇପିଏଲରେ ଜଣେ ଓପନର ଭାବେ ଆୟର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏପରିକି ସେ ଦ୍ରୁତ ବୋଲିଂ ମଧ୍ୟ କରି ପାରନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ଚୟନ କରାଯାଇ ନଥବାରୁ ଆୟରଙ୍କୁ ନିମ୍ନ କ୍ରମରେ ବ୍ୟବହାର କରାଯାଇପାରେ। ଋଷଭ ପନ୍ତଙ୍କ ସହ ସେ ଫିନିସର ଭୂମିକାରେ ନଜର ଆସି ପାରନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ସ୍ପିନର୍ସଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ରହିଛି। ଏଥିପାଇଁ ରବିଚନ୍ଦ୍ରନ ଅଶ୍ଵିନ, ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ୍‌ଙ୍କୁ ସୁଯୋଗ ଦିଆଯାଇଛି। ଆଶା କରାଯାଉଛି ଦୁଇ ଜଣ ସ୍ପିନର ଏକ ସଙ୍ଗେ ଖେଳିବେ। ଦଳରେ ଭେଙ୍କଟେଶ ଆୟର ଦ୍ରୁତ ବୋଲିଂ କାମରେ ଆସି ପାରନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଭାରତୀୟ ଦଳ

ଓପନର- ରୋହିତ ଶର୍ମା, କେଏଲ ରାହୁଲ, ଋତୁରାଜ ଗାଏକଓ୍ଵାଡ, ଇଶାନ କିଶନ ଓ ଭେଙ୍କଟେଶ ାୟର

ମଧ୍ୟକ୍ରମ- ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ।

ସ୍ପିନର୍ସ- ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଷର ପଟେଲ।

ଦ୍ରୁତ ବୋଲର- ମହମ୍ମଦ ସିରାଜ, ହର୍ଷଲ ପଟେଲ୍, ଦୀପକ ଚହର, ଭୁବନେଶ୍ଵର କୁମାର ଓ ଅଭେଶ ଖାନ ।

   Related Posts