ପ୍ରଥମ ଟି-୨୦ ପାଇଁ ଜୟପୁର ପହଞ୍ଚିଲେ ଦ୍ରାବିଡ-ରୋହିତ ସମେତ ଭାରତୀୟ ଖେଳାଳି, ଅଭ୍ୟାସ୍ କଲେ ନ୍ୟୁଜିଲାଣ୍ଡର ଏହି ଖେଳାଳି

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ ୧୩।୧୧: ଟି-୨୦ ବିଶ୍ଵ କପ୍‌ର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ଟାଇଟଲ୍ ମୁକାବିଲାରେ ମୁହାମୁହିଁ ହେବେ ଦୁଇ ପଡୋଶୀ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ହେଲେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ  ଥିବା ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଜୟପୁରରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳର ଖେଳାଳି ଜୟପୁର ପହଞ୍ଚି ଗଲେଣି। ନୂତନ କୋଚ୍ ରାହୁଲ ଦ୍ରାବିଡ ଏବଂ ନୂତନ ଅଧିନାୟକ ରୋହିତ ଶର୍ମା ମଧ୍ୟ ଜୟପୁର ପହଞ୍ଚି ସାରିଛନ୍ତି।

ଖେଳାଳିଙ୍କ ମଧ୍ୟରେ ମହମ୍ମଦ ସିରାଜ, ଅଭେଶ ଖାନ, ଭେଙ୍କଟେଶ ଆୟର, ରବିଚନ୍ଦ୍ରନ ଅଶ୍ଵିନ ସମେତ ଅନେକ ତାରକା ଜୟପୁର ପହଞ୍ଚିଛନ୍ତି। ସବୁ ଖେଳାଳି କିଛି ଦିନ କ୍ଵାରେଣ୍ଟାଇନ୍‌ରେ ରହିବା ପରେ ଅଭ୍ୟାସ୍ ପାଇଁ ପଡିଆକୁ ଓହ୍ଲାଇବେ। କେବଳ ଭାରତୀୟ ଖେଳାଳି ନୁହେଁ ବରଂ ନ୍ୟୁଜିଲାଣ୍ଡର  ବରିଷ୍ଠ ବ୍ୟାଟସମ୍ୟାନ ରସ୍ ଟେଲର ମଧ୍ୟ ଜୟପୁର ପହଞ୍ଚି ଯାଇଛନ୍ତି। ଟେଲର ନିଜର ଇନଷ୍ଟାଗ୍ରାମରେ ଅଭ୍ୟାସ୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି। ଆହତ କାରଣରୁ ଟେଲର ଟି-୨୦  ବିଶ୍ଵ କପ୍‌ ଦଳରେ ସାମିଲ୍ ହୋଇନଥିଲେ।

{"id":543281,"sizeSlug":"full","linkDestination":"none"}

ଜୟପୁରରେ ହେବାକୁ ଥିବା ଏହି ମ୍ୟାଚ୍ ଏଥିପାଇଁ ଖାସ୍ କାରଣ ଦୀର୍ଘ ସମୟ ପରେ ଷ୍ଟାଡିୟମରେ ୧୦୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି। ଯେଉଁ ଲୋକେ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନେ ଷ୍ଟାଡିୟମରେ ମ୍ୟାଚ୍ ଦେଖି ପାରିବେ।

 ଭାରତ-ନ୍ୟୁଜିଲାଣ୍ଡ ସିରିଜ୍

ନଭେମ୍ବର ୧୭, ପ୍ରଥମେ ଟି-୨୦

ନଭେମ୍ବର ୧୯, ଦ୍ଵିତୀୟ ଟି-୨୦

ନଭେମ୍ବର ୨୧, ତୃତୀୟ ଟି-୨୦

ନଭେମ୍ବର ୨୫-୨୯, ପ୍ରଥମ ଟେଷ୍ଟ

ଡିସେମ୍ବର ୩-୭, ଦ୍ଵିତୀୟ ଟେଷ୍ଟ

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାର୍ଡ, ଶ୍ରେୟସ  ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ,  ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଷର ପଟେଲ୍, ଅଭେଶ ଖାନ, ଭୁବନେଶ୍ଵର କୁମାର, ଦୀପକ ଚହର, ହର୍ଷଲ ପଟେଲ୍ ଓ ମହମ୍ମଦ ସିରାଜ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.