IND vs NZ: ଆଉଟ୍ କି ନଟଆଉଟ୍ ? କୋହଲିଙ୍କ ଓ୍ଵିକେଟ୍ ନେଇ ବିବାଦ ଆରମ୍ଭ, ବିରାଟଙ୍କ ନାଁରେ ଅଲୋଡା ରେକର୍ଡ

Published By : Prameya-News7 Bureau | December 03, 2021 IST

ମୁମ୍ବାଇ ୦୩।୧୨: ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ୍‌ର ଦ୍ଵିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି।  ତେବେ ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଇନିଂସରେ ବିବାଦସ୍ପଦ ଭାବେ ଆଉଟ୍ ହୋଇଛନ୍ତି। କୋହଲିଙ୍କୁ ସ୍ପିନର ଏଜାଜ ପଟେଲ୍ ଏଲବିଡବ୍ଲ୍ୟୁ କରିଛନ୍ତି। ବିରାଟଙ୍କ ଆଉଟ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି।

ଏଜାଜ ପଟେଲ୍‌ଙ୍କ ବଲ୍‌ରେ ଅନଫିଲ୍‌ଡ ଅମ୍ପାୟର ଅନିଲ ଚୌଧୁରୀ ତାଙ୍କୁ ଆଉଟ୍ ଘୋଷିତ କରିଛନ୍ତି। ତେବେ ବିରାଟ କାଳ ବିଳମ୍ବ ନକରି ଡିଆରଏସ ନେଇଥିଲେ। ବିରାଟ ଏହାକୁ ନେଇ ଦୃଢ ବିଶ୍ଵାସ ଥିଲେ ଯେ, ବଲ୍ ପ୍ୟାଡ୍‌ରେ  ବାଜିବା ପୂର୍ବରୁ ବ୍ୟାଟ୍‌ରେ ବାଜିଛି। ଥାର୍ଡ ଅମ୍ପାୟର ବହୁତ ସମୟ ରିପ୍ଲେ ଦେଖିବା ପରେ ଅନଫିଲ୍ଡ ଅମ୍ପାୟରଙ୍କ ଆଉଟ୍ ନିଷ୍ପତ୍ତି ଦୋହରାଇଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦ ଛାଇ ଯାଇଛି।

wp:html /wp:html

ରିପ୍ଲେରୁ ଲାଗିଥିଲା ଯେ, ବଲ୍‌ ବ୍ୟାଟ୍ ଏବଂ ପ୍ୟାଡ୍‌ରେ ଏକ ସଙ୍ଗେ ବାଜିଥିଲା। ବଲ୍‌ ଯଦି ପ୍ୟାଡ୍‌ରେ ପ୍ରଥମେ ବାଜିଥାନ୍ତା ତେବେ ବିରାଟ ସ୍ପଷ୍ଟ ଭାବେ ଆଉଟ୍ ହୋଇଥାନ୍ତେ। ଯଦି ବଲ୍ ପ୍ରଥମେ ବ୍ୟାଟ୍‌ରେ ବାଜି ପ୍ୟାଡ୍‌ରେ ବାଜିଥାନ୍ତା ତେବେ ବିରାଟ ନଟଆଉଟ୍ ହୋଇଥାନ୍ତେ। ରିପ୍ଲେରେ କେଉଁଠି ବି ସ୍ପଷ୍ଟ ଦେଖିବାକୁ ମିଳିନଥିଲା ଯେ, ବଲ୍ ପ୍ରଥମେ ପ୍ୟାଡ୍‌ରେ  ବାଜିଛି। ପ୍ରଶଂସକ ଅନିଲ୍ ଚୌଧୁରୀ ଏବଂ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖୋଦ୍ ବିରାଟ କୋହଲି ଏହି ନିଷ୍ପତ୍ତିରେ ବହୁତ ନିରାଶ ଥିଲେ।

ବିରାଟଙ୍କ ନାଁରେ ଅଲୋଡା ରେକର୍ଡ

wp:html /wp:html

ବିରାଟ କୋହଲି ଟେଷ୍ଟ ଅଧିନାୟକ ଭାବେ ଦଶମ ଥର ଖାତା ଖୋଲି ପାରି ନାହାନ୍ତି। ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ୍(୧୦ ଥର ଆଉଟ୍)ର  ଅଲୋଡା ରେକର୍ଡର ସମକକ୍ଷ କରିଛନ୍ତି। ଏହି ତାଲିକାରେ ନ୍ୟୁଜିଲାଣ୍ଡର ଅଧିନାୟକ ଷ୍ଟିଫେନ ଫ୍ଲେମିଂ ପ୍ରଥମ ସ୍ଥାନରେ ଅଛନ୍ତି। ସେ ୧୩ ଥର ଟେଷ୍ଟରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି।

ମୁମ୍ବାଇ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୨୨୧ ରନ କରିଛି। ମୟଙ୍କ ଅଗ୍ରଓ୍ଵାଲ ଦମଦାର ଶତକ ସହ ୧୨୦ ରନ ଏବଂ ରିଦ୍ଧିମାନ ଶାହା ୨୫ ରନରେ  ଅପରାଜିତ ଅଛନ୍ତି। ଶୁଭମାନ ଗିଲ୍ ୪୪ ରନ କରିଥିବା ବେଳେ ଚେତେଶ୍ଵର ପୂଜାରା ପୁଣି ଥରେ ନିରାଶ କରି ଖାତା ମଧ୍ୟ ଖୋଲି ପାରି ନାହାନ୍ତି। ବିରାଟ କୋହଲି ଶୂନ୍ୟରେ ବିବାଦୀୟ ଭାବେ ଆଉଟ୍ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.