Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

IND vs NZ: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ପାଇଁ ଜାଣନ୍ତୁ କିଏ ରହିବେ ଅମ୍ପାୟର ଓ ମ୍ୟାଚ୍ ରେଫରୀ

8/06/2021 at 6:54 PM

ନୂଆଦିଲ୍ଲୀ ୦୮।୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରେ ହେବାକୁ ଥିବା ଐତିହାସିକ ଟେଷ୍ଟ ମ୍ୟାଚ୍‌ ପାଇଁ ପଡିଆ ଅମ୍ପାୟର, ତୃତୀୟ ଅମ୍ପାୟର ଓ ଚତୁର୍ଥ ଅମ୍ପାୟରଙ୍କ ନାମ ଘୋଷଣା ହୋଇଛି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମ୍ୟାଚ୍ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ। ଏହି ହାଇଭୋଲଟେଜ୍‌ ମୁକାବିଲାରେ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗବର୍ଥ ଓ ମାଇକେଲ୍ ଗଭ ପଡିଆ ଅମ୍ପାୟରର ଦାୟିତ୍ଵ ତୁଲାଇବେ।

ଇଂଲଣ୍ଡର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ କ୍ରିସ୍ ବ୍ରଡ ଏହି ପ୍ରତିଷ୍ଠିତ ମୁକାବିଲାରେ ଆଇସିସିର ମ୍ୟାଚ୍ ରେଫରୀ ଦାୟିତ୍ଵରେ ରହିବେ। ଏହିପରି ଆଇସିସି ଏଲିଟ୍ ପ୍ୟାନେଲର ସଦସ୍ୟ ରିଚାର୍ଡ କ୍ୟାଟଲବ୍ରୋ ଟିଭି ଅମ୍ପାୟର ରହୁଥିବା ବେଳେ ଏମିରେଟ୍ସ ଆଇସିସି ଅନ୍ତରାଷ୍ଟ୍ରୀୟ ଅମ୍ପାୟର ପ୍ୟାନେଲର ଏଲେକ୍ସ ଓ୍ଵଫ ଚତୁର୍ଥ ଅମ୍ପାୟର ଭୂମିକାରେ ରହିବେ। ଆଇସିସିର ବରିଷ୍ଠ ପ୍ରବନ୍ଧକ(ଅମ୍ପାୟର ଆଣ୍ଡ ରେଫରୀ) ଆଡ୍ରିୟାନ ଗ୍ରିଫିଥ କହିଛନ୍ତି, ଆମେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଅନୁଭବୀ ଅମ୍ପାୟରଙ୍କୁ ନିଯୁକ୍ତ କରିବା ନେଇ ପ୍ରସନ୍ନ।

ସେ କହିଛନ୍ତି, ମହାମାରୀ ମଧ୍ୟରେ ଏସବୁ କିଛି ସହଜ ନୁହେଁ। ତଥାପି ଆମେ ଭାଗ୍ୟଶାଳୀ ଯେ, ଏହି ପ୍ରତିଷ୍ଠିତ ମୁକାବିଲା ପାଇଁ ଆମ ପାଖରେ ଏମିତି ଅଧିକାରୀଙ୍କ ସମୂହ ରହିଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଲଗାତାର ପଡିଆରେ ଭଲ କାମ କରି ଆସିଛନ୍ତି। ଆମେ ସମସ୍ତ ଅଧିକାରୀଙ୍କୁ ଶୁଭକାମନା ଜଣାଉଛୁ। ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲ ପାଇଁ ଭାରତୀୟ ଦଳ ସାଉଥମ୍ପଟନ ପହଞ୍ଚି ସାରିଛି ଏବଂ ଅଭ୍ୟାସ୍‌ରେ ଜୁଟି ଯାଇଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍ ଡ୍ର ରହିଥିବା ବେଳେ ଦ୍ଵିତୀୟ ଟେଷ୍ଟ ଜୁନ ୧୦ରେ ଖେଳାଯିବ।

   Related Posts