IND VS ENG: ଶୁବମାନଙ୍କୁ ଭାରତ ଡକାଇଲା ବିସିସିଆଇ, ଏବେ କେଏଲ ରାହୁଲ କରି ପାରିବେ ନାହିଁ ଓପନିଂ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୦୭।୦୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ  ହେବା ପୂର୍ବରୁ ଆହତ ଶୁବମାନ ଗିଲ୍‌ ଭାରତ ଫେରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ବିସିସିଆଇ ତାଙ୍କୁ ଇଂଲଣ୍ଡରୁ ସ୍ଵଦେଶ ଡକାଇଛି। ଶୁବମାନ ଗିଲ୍ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ରେ ଆହତ ହୋଇଥିଲେ। ଗିଲ୍‌ଙ୍କ ପାଦର ନିମ୍ନ ଭାଗରେ ଆଘାତ ଲାଗିଛି। ଆଘାତ ଗୁରୁତର ଥିବାରୁ ଆଗାମୀ ତିନି ମାସ ସେ ପଡିଆରୁ ଦୂରେଇ ରହିବେ। ଗିଲ୍‌ଙ୍କ ସ୍ଥାନରେ ଏ ପର୍ଯ୍ୟନ୍ତ କୌଣସି ଓପନରଙ୍କୁ ଦଳରେ ସାମିଲ୍ କରାଯାଇନାହିଁ। ଗିଲ୍‌ଙ୍କ ଜାଗା କିଏ ନେବ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ପାଖରେ ଓପନିଂ ବ୍ୟାଟସମ୍ୟାନ ଭାବେ କେବଳ ମୟଙ୍କ ଅଗ୍ରଓ୍ଵାଲ ହିଁ ବିକଳ୍ପ ଅଛନ୍ତି। ଏଥିସହ ଅଭିମନ୍ୟୁ ଈଶ୍ଵରନ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ଭାବେ ଅଛନ୍ତି। କେଏଲ ରାହୁଲ ଟେଷ୍ଟ ଓପନର ହୋଇଥିଲେ ମଧ୍ୟ ଦଳ ପ୍ରବନ୍ଧକ ତାଙ୍କୁ ଏବେ ଏହି ଦାୟିତ୍ଵ ଦେବାକୁ ଚାହୁଁନାହିଁ। କେଏଲ ରାହୁଲଙ୍କୁ ଏବେ ଓପନିଂ ପରିବର୍ତ୍ତେ ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ପ୍ରଶଂସକ ଦେଖିବାକୁ ପାଇ ପାରନ୍ତି।

ଇଂଲଣ୍ଡ ଯିବେ ନାହିଁ ପୃଥ୍ଵୀ ସ

କ୍ରିକବଜ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ପ୍ରବନ୍ଧକ ଶୁବମାନ ଗିଲ୍‌ଙ୍କ ସ୍ଥାନରେ କୌଣସି ବିକଳ୍ପ ଖେଳାଳି ଦାବି କରିନଥିଲା। ଅର୍ଥାତ ଭାରତୀୟ ଦଳ କେବେ କହି ନାହିଁ ଯେ,ଗିଲ୍‌ଙ୍କ ସ୍ଥାନରେ ପୃଥ୍ଵୀ ସ କିମ୍ବା ଦେବଦତ୍ତ ପାଡିକଲଙ୍କୁ ଟିମ୍‌ରେ ଦରକାର। ଦଳ ପ୍ରବନ୍ଧକ ଗିଲ୍‌ଙ୍କ ବିକଳ୍ପ ଚୟନ କରିବାର ଦାୟିତ୍ଵ ଚୟନକର୍ତ୍ତାଙ୍କ ଉପରେ ଛାଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.