ଆଜି ଇନ୍ଦୋର ହୋଲକର ଷ୍ଟାଡ଼ିୟମରେ ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍

Published By : Prameya-News7 Bureau | November 14, 2019 IST

ଇନ୍ଦୋର୧୪।୧୧: ଆଜି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ।  ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଇନ୍ଦୋରର  ହୋଲକର ଷ୍ଟାଡ଼ିୟମରେ ଖେଳାଯିବ। ଏହି ଷ୍ଟାଡ଼ିୟମରେ ଦ୍ଵିତୀୟ ଥର  ପାଇଁ ଟେଷ୍ଟ ମ୍ୟାଚ୍ ଆୟୋଜନ ହେଉଛି।

{"id":183668,"sizeSlug":"large"}

ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜି ଠାରୁଆରମ୍ଭ ହେବାକୁ ଯାଉଛି।  ଟି-୨୦ ସିରିଜକୁ ୨-୧ରେ ଜିତି ମନୋବଳ ଦୃଢ଼ କରିଥିବା ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜକୁ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଟି-୨୦ରୁ ବିଶ୍ରାମ ନେଇଥିବା କୋହଲି ଟେଷ୍ଟ ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ସ୍ଥିତିରେ ଆୟୋଜକ ତଥା ଭାରତୀୟ ଦଳର ପଲା ଭାରୀ ଲାଗୁଛି। କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଟିମ୍ ଇଣ୍ଡିଆ ଅଧିକ ମଜଭୁତ୍ ହୋଇଛି।

{"id":183669,"sizeSlug":"large"}

ଭାରତୀୟ ଟିମ୍ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ଏକତରଫା ଭାବେ ଜିତି ଇତିହାସ ରଚିଥିଲା। ଇନ୍ଦୋରରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ନାଲି ବଲରେ ଖେଳାଯିବ, କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ପିଙ୍କ୍ ବଲ୍ ଚର୍ଚ୍ଚାର ବିଷୟ ହୋଇଛି। କାରଣ କୋଲାକାତାରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପିଙ୍କ୍ ବଲରେ ଖେଳାଯିବ। ଏହି ମ୍ୟାଚ୍ ନଭେମ୍ବର ୨୨ ତାରିଖରେ ଖେଳାଯିବ ଏବଂ ଦୁଇ ଟିମ୍ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.