ରୋହିତ ଶର୍ମାଙ୍କୁ ନେଇ ଆଶାବାଦୀ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ : କହିଲେ, ‘ବଡ ଇନିଂସ୍ ସହ ଟିମକୁ ପ୍ରତ୍ୟାବର୍ତ୍ତନ କରିବେ ହିଟମ୍ୟାନ୍’
5/01/2021 at 4:14 PM

ନୂଆଦିଲ୍ଲୀ ୦୫/୦୧ : ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ରୋହିତ ଶର୍ମାଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଓ୍ବିକେଟ୍ରେ ରୋହିତ ଶର୍ମା ପ୍ରଭାବୀ ପ୍ରଦର୍ଶନ କରିପାରାରିବେ । ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ନୂଆ ବଲକୁ ଭଲ ଭାବେ ସାମ୍ନା କରିପାରିବେ ଏବଂ ସିଡନୀ ଟେଷ୍ଟରେ ଏକ ବଡ ଇନିଂସ୍ ଖେଳିପାରିବେ ।
IPL ଚାଲିଥିବା ସମୟରେ ଆହତଜନୀତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଟି-ଟ୍ବେଣ୍ଟି ସିରିଜରୁ ବାଦ ପଡିବା ପରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜର ପ୍ରଥମ ୨ଟି ମ୍ୟାଚରେ ଦଳରୁ ବାଦ୍ ପଡିଥିଲେ । ବର୍ତ୍ତମାନ ଅଷ୍ଟ୍ରେଲିଆ –ଭାରତ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି ।
ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ଭିଭିଏସ୍ ଲକ୍ଷ୍ମଣ କହିବା କଥା ଗୁରୁବାର ଠାରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ, ଖରାପ ଫର୍ମରେ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳରେ ରଖିବା ଉଚିତ । ମୟଙ୍କ ଅଗ୍ରଓ୍ବାଲ ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ମାତ୍ର ୧୭,୯, ୦ ଏବଂ ୭ ରନ କରିଛନ୍ତି ।
ଲକ୍ଷ୍ମଣ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ରୋହିତ ଶର୍ମାଙ୍କର ଟିମକୁ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳକୁ ସକାରାତ୍ମକ ପ୍ରଭାବ ପକାଇବ । ବର୍ତ୍ତମାନ ଭାରତୀୟ ଟିମ ସିଡନୀ ମ୍ୟାଚ୍ ଜିତି ସିରିଜକୁ ୨-୧ରେ ଆଗୁଆ ଏବଂ ୩-୧ରେ ଟେଷ୍ଟ ସିରିଜ ଜିତିବାକୁ ଭଲ ସୁଯୋଗ ବୋଲି କହିଛନ୍ତି ଭିଭିଏସ ଲକ୍ଷ୍ମଣ ।
ସେ କହିଛନ୍ତି, ରୋହିତ ଅଷ୍ଟ୍ରେଲିଆ ମାଟିରେ ଭଲ ପ୍ରଦର୍ଶନ କରିବେ ବୋଲି ଦୃଢ ବିଶ୍ବାସ ରହିଛି । ତାଙ୍କର ବ୍ୟାଟିଂ ଟେକନିକ୍ ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ସକାରାତ୍ମକ ସାବ୍ୟସ୍ତ ହୋଇପାରେ । ଯଦି ରୋହିତ କ୍ରିଜ୍ରେ କିଛି ସମୟ ରହିଯାଆନ୍ତି ତେବେ ତାଙ୍କ ଠାରୁ ଏକ ବଡ ଇଂନିସ ଆଶା କରାଯାଇପାରେ ବୋଲି ଲକ୍ଷ୍ମଣ କହିଛନ୍ତି ।