କୋହଲିଙ୍କ ଉପରେ ବର୍ଷିଲେ ଗମ୍ଭୀର, ନୂଆ ବଲରେ ବୁମରାହଙ୍କୁ କାହିଁକି ମାତ୍ର ୨ ଓଭର ବୋଲିଂ ଦିଆଗଲା, ଏହା କିଭଳି କ୍ୟାପଟେନ୍ସି ?

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦/୧୧ : ଅଧିନାୟକ ବିରାଟ କୋହଲିଙ୍କ ଉପରେ ବର୍ଷିଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ଓପନର ଗୌତମ ଗମ୍ଭୀର । ସେ ସିଧାସଳଖ ବିରାଟ କୋହଲିଙ୍କ ଅଧିନାୟକତ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ ପରାଜିତ ହେବା ପରେ ୩ ଟିକିଆ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି କଙ୍ଗାରୁ ଟିମ ।

{"id":370137,"sizeSlug":"large"}

ତେବେ ଯଶପ୍ରୀତ ବୁମରାହଙ୍କୁ ନୂଆ ବଲରେ ମାତ୍ର ୨ ଓଭର କାହିଁକି ବୋଲିଂ ଦିଆଗଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ଗମ୍ଭୀର । ସେ କହିଛନ୍ତି ଲଗାତାର ଭାବେ ଓ୍ବିକେଟ ନେବାକୁ ଚାହୁଁଛନ୍ତି କିନ୍ତୁ ଦଳର ପ୍ରମୁଖ ବୋଲରକୁ ମୌକା ଦିଆଯାଉନାହିଁ । ତେବେ ଏପରି ହେଲେ ଓ୍ବିକେଟ କିଭଳି ମିଳିବ ବୋଲି ସେ କହିଛନ୍ତି । ଇଏସପିଏନ୍ କ୍ରିକେଟ୍ ଇନଫୋକୁ ଗମ୍ଭୀର କହିଛନ୍ତି, ‘ମୁଁ କୋହଲିଙ୍କ ଅଧିନାୟକତ୍ବକୁ ବୁଝିପାରେ ନାହିଁ, ଆମେ ବିପକ୍ଷ ଦଳର ଖେଳାଳୀଙ୍କୁ ଅଧିକରୁ ଅଧିକ ଓ୍ବିକେଟ ନେବାକୁ ଚାହୁଁ ଏବଂ ଓପନିଂ ବ୍ୟାଟିଂ ଲାଇନ ଅପକୁ ଭାଙ୍ଗିବାକୁ ପଡିବ’ । କିନ୍ତୁ ଯଦି ଦଳର ଷ୍ଟ୍ରାଇକ ବୋଲରକୁ ଆରମ୍ଭରୁ ମାତ୍ର ଦୁଇ ଓଭର ବୋଲିଂ କରାଇବା ତେବେ ଏହା କେଉଁ ପ୍ରକାରର ଅଧିନାୟକତ୍ବ ବୋଲି ଗମ୍ଭୀର କହିଛନ୍ତି । ସାଧାରଣତଃ ପାଓ୍ବାର ପ୍ଲେ ମଧ୍ୟରେ ୪-୩-୩ ଓଭରର ତିନୋଟି ସ୍ପେଲ ବୋଲିଂ କରାଯାଏ ।

{"id":370138,"sizeSlug":"large"}

ପ୍ରଥମରୁ ମହମ୍ମଦ ଶାମୀ ଭାରତୀୟ ବୋଲିଂ ଆକ୍ରମଣକୁ ମଜଭୁତ କରିଥିଲେ । ଅନ୍ୟପଟେ ଯଶପ୍ରୀତ ବୁମରାହ ବୋଲିଂ ଭାର ସମ୍ଭାଳିଥିଲେ । କିନ୍ତୁ ୫ମ ଓଭର ପରେ ନବଦୀପ ସୈନୀଙ୍କୁ ବୋଲିଂ ପାଇଁ ଅଣାଯାଇଥିଲା । ସେ କହିଛନ୍ତି, ଯଦି ଦଳର ପ୍ରମୁଖ ବୋଲରକୁ ଆରମ୍ଭରୁ ମାତ୍ର ଦୁଇ ଓଭର ବୋଲିଂ କରାଇବା କେଉଁ ପ୍ରକାରର ଅଧିନାୟକତ୍ବ ବୋଲି ଗମ୍ଭୀର କହିଛନ୍ତି । ଏହା ଟି-ଟ୍ବେଣ୍ଟି କ୍ରିକେଟ ନୁହେଁ ସେଥିପାଇଁ ସତ କହିବାକୁ ଗଲେ ଏହା ବିରାଟଙ୍କର ଖରାପ କ୍ୟାପଟେନ୍ସି ବୋଲି ଗମ୍ଭୀର କହିଛନ୍ତି ।

{"id":370139,"sizeSlug":"large"}

ରବିବାର ସିଡନୀରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩୯୦ ରନର ବିଶାଳ ସ୍କୋର ଲକ୍ଷ ଦେଇଥିଲା । ଜବାବରେ ଭାରତ ୩୩୮/୯ ରନ୍ ହିଁ କରି ପାରିଥିଲା । ସେହିଭଳି ପ୍ରଥମ ଦିନିକିଆରେ ଭାରତକୁ ୬୬ ରନରେ ହରାଇଥିଲା ଅଷ୍ଟ୍ରେଲିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.