ଭାରତ ବନାମ ନ୍ୟୁଜିଲାଣ୍ଡ : ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷଣା

Published By : Prameya-News7 Bureau | June 15, 2021 IST

ସାଉଥମ୍ପଟନ ୧୫।୦୬: ବହୁ ପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌କୁ ମାତ୍ର ଆଉ ତିନି ଦିନ ବାକି ରହିଛି। ଏହି ହାଇଭୋଲଟେଜ୍ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ। ଏହାକୁ ନେଇ ଖେଳାଳି, ପ୍ରଶଂସକ, ବିଶେଷଜ୍ଞ ଓ କ୍ରିକେଟ୍ ଦିଗ୍‌ଜ ସମସ୍ତେ ରୋମାଞ୍ଚିତ ଅଛନ୍ତି। ନ୍ୟୁଜିଲାଣ୍ଡ ଦଳ ପରେ ମଙ୍ଗଳବାର ଭାରତୀୟ ଦଳ ଘୋଷଣା  ହୋଇଛି। ଦଳ ପ୍ରବନ୍ଧକ ୧୫ ଜଣିଆ ଦଳ ଚୟନ କରିଛନ୍ତି। ଏଥିରେ ଦୁଇ ଓ୍ଵିକେଟ୍ କିପର ଓ ୫ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି। ଦଳରେ ମୟଙ୍କ ଅଗ୍ରଓ୍ଵାଲ ଓ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ।

୧୫ ଜଣିଆ ଦଳରେ ପାଞ୍ଚ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଥିବା ବେଳେ ଓପନିଂ ଭାବେ ଶୁବମାନ ଗିଲ୍ ଓ ରୋହିତ ଶର୍ମାଙ୍କୁ ଦଳରେ ରଖାଯାଇଛି। ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ସାମିଲ କରାଯାଇଛି। ପାଞ୍ଚ ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଉମେଶ ଯାଦବ।

wp:html /wp:html

ଭାରତୀୟ ଦଳ

ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ମହମ୍ମଦ ସିରାଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.