Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

Day-2 ଷ୍ଟମ୍ପସ୍‌ : ଦ୍ବିତୀୟ ଦିନରେ ୧୬ ଓ୍ବିକେଟ ପତନ, ନ୍ୟୁଜିଲାଣ୍ଡ ୬୨ରେ ଅଲଆଉଟ, ଭାରତ ୬୯/୦

4/12/2021 at 5:35 PM

ମୁମ୍ବାଇ ୦୪/୧୨ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟରେ ମଜବୁତ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା କୌଣସି ଓ୍ବିକେଟ ନହରାଇ ଭାରତ ୬୯ ରନ ସଂଗ୍ରହ କରିଛି । ପ୍ରଥମ ଇନିଂସରେ ୩୨୫ରନରେ ଅଲଆଉଟ ହୋଇଯାଇଥିଲା ଭାରତ । ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ୍‌ ପଟେଲ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ଇନିଂସରେ ଭାରତର ସମସ୍ତ ଓ୍ବିକେଟ ନେଇ ଇତିହାସ ରଚିଛନ୍ତି ଏଜାଜ୍‌ ପଟେଲ । ୪୭.୫ ଓଭର ବୋଲିଂ କରି ୧୧୯ରନ ଦେଇ ୧୦ଟି ଯାକ ଓ୍ବିକେଟ ନେବାରେ ସେ ସଫଳ ହୋଇଛନ୍ତି ।

ଜବାବରେ ପ୍ରଥମ ଇନିଂସରେ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲାଣ୍ଡ । ଦଳ ମାତ୍ର ୬୨ରନରେ ଅଲଆଉଟ ହୋଇଯାଇଛି । କିଓ୍ବି ଟିମର ୯ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ସ୍କୋର ମଧ୍ୟ କରିପାରିନାହାନ୍ତି । ପରେ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଖେଳ ଶେଷ ସୁଦ୍ଧା କୌଣସି ଓ୍ବିକେଟ ନହରାଇ ୬୯ରନ ସଂଗ୍ରହ କରିଛି । ଟିମ ଇଣ୍ଡିଆ ପକ୍ଷରୁ ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିବା ମୟଙ୍କ ଅଗ୍ରଓ୍ବାଲ ପୁଣି ଲୟରେ ନଜର ଆସିଛନ୍ତି । ସେ ୩୮ ରନ କରି ଅପରାଜିତ ଥିବା ବେଳେ ଆହତ କାରଣରୁ ଅନ୍ୟତମ ଓପନର ଶୁଭମାନ ଗିଲ ଓପନିଂ କରିବାକୁ ଆସିନାହାନ୍ତି । ତାଙ୍କ ସ୍ଥାନରେ ଚେତେଶ୍ବର ପୂଜାରା ଓପନିଂ କରିଥିଲେ । ପୂଜାରା ବ୍ୟକ୍ତିଗତ ୨୯ରନ କରି ଅପରାଜିତ ଅଛନ୍ତି ।

   Related Posts