Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଧୋନିଙ୍କ ପାଇଁ ବଢିବାରେ ଲାଗିଛି ଅଡ଼ୁଆ, ଆମ୍ରପାଲି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

26/07/2019 at 3:05 PM

ନୂଆଦିଲ୍ଲୀ୨୬|୭: ଆମ୍ରପାଲି ଗ୍ରୁପ ମାମଲାରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବ୍ୟବସାୟୀ ସଂଗଠନ, କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡରସ (ସିଏଟି)  କେନ୍ଦ୍ରୀୟ ଉପଭୋକ୍ତା ମାମଲାରେ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନଙ୍କ ନିକଟରେ ଧୋନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ରାମ ବିଳାଶଙ୍କୁ ପଠାଯାଇଥିବା ଦାବିପତ୍ରରେ ସିଏଟି ଉଲ୍ଲେଖ କରିଛନ୍ତି ଯେ, ଧୋନୀ ବିଜ୍ଞାପନ ମାଧ୍ୟମରେ ଲୋକମାନଙ୍କୁ ଭ୍ରମିଶ କରିବା ସହ ଆମ୍ରାପାଲି ପ୍ଲାଟ କିଣିବା ପାଇଁ ପ୍ରଭାବିତ କରିଛନ୍ତି। ଏହି ଫ୍ଲାଟର ବିଲଡର ଦୋଷୀ ​‌ବୋଲି ଜଣା ପଡ଼ିସାରିଛି। ତେଣୁ ଏହି ଘଟଣାରେ ଧୋନିଙ୍କର ମଧ୍ୟ ସମୃକ୍ତି ରହିଛି। ତେଣୁ ସେମାନଙ୍କ ବିରୋଧରେ ସିଏଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସିଏଟିର ଜେନେରାଲ ସେକ୍ରେଟାରି ପ୍ରବିନ୍ ଖଣ୍ଡେଓ୍ବାଲ କହିଛନ୍ତି, ବିଜ୍ଞାପନ କରିବା ପାଇଁ ଲୋକପ୍ରିୟ ସେଲିବ୍ରିଟିଜ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ହେଲେ ବିଜ୍ଞାପନ କରିବା ପୂର୍ବରୁ ଜିନିଷର ପ୍ରକୃତ ମୂଲ୍ୟ ଓ ଘଟଣା ବିଷୟରେ ଅନୁଧ୍ୟାନ ସେମାନେ କରନ୍ତି ନାହିଁ।

ଏହା ସେମାନଙ୍କର ଦାୟିତ୍ବ ବୋଲି ସେ ଭାବନ୍ତି ନାହିଁ। ସଂସଦରେ ଖାଉଟି  ସୁରକ୍ଷା ବିଲ ପାସ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ସେ ଦାବି କରିଛନ୍ତି। ଏଥିସହ ଖଣ୍ଡେଓ୍ବାଲ କହିଛନ୍ତି, ଲୋକଙ୍କୁ ଭ୍ରମିତ କରୁଥିବା ମିଛ ବିଜ୍ଞାପନ ପାଇଁ ଏହି ଲୋକପ୍ରିୟା ଲୋକଙ୍କ ଦାୟିତ୍ବ ରହିବ। ବିଜ୍ଞାପନ କରିବା ସମୟରେ ଧୋନି କହିଥିଲେ, ସେ ବି ଆମ୍ରପାଲି ଫ୍ଲାଟ ନେଇଛନ୍ତି। ଏହି ବିଜ୍ଞାପନ ଲୋକଙ୍କୁ ଧୋକା ଦେଇଛି। ଭୁଲ ବିଜ୍ଞାପନ କରି ସେଲିବ୍ରିଜମାନେ ନିଜେ ମୋଟ ଅଙ୍କର ଅର୍ଥ ନେଉଛନ୍ତି ବୋଲି ସିଏଟିର ଜେନେରାଲ ସେକ୍ରେଟାରି ପ୍ରବିନ୍ ଖଣ୍ଡେଓ୍ବାଲ କହିଛନ୍ତି।

   Related Posts