ମହାରାଷ୍ଟ୍ରରେ ବେକାବୁ କରୋନା : ୨୪ ଘଣ୍ଟା ମଧ୍ୟରେ ୫୧,୭୫୧ ନୂଆ ମାମଲା, ୨୫୮ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | April 12, 2021 IST

ମୁମ୍ବାଇ ୧୨/୦୪ : ମହରାଷ୍ଟ୍ରରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧,୭୫୧ ଗଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଗତ ରବିବାର ଦିନ ରେକର୍ଡ ସଂଖ୍ୟକ ୬୩,୨୯୪ ମାମଲା ସାମ୍ନାକୁ ଆସିଥିଲା ଏବଂ ୩୪୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଲକ୍ଷ ୫୮ ହଜାର ୯୯୬ରେ ପହଞ୍ଚିଛି । କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୮,୨୪୫ ରହିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହରାଷ୍ଟ୍ରରେ ୧୦ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍ବାଡ୍‌ କହିଛନ୍ତି ଯେ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ ମାସ ଶେଷରେ ଆୟୋଜିତ କରାଯିବ ଏବଂ ୧୦ ପରୀକ୍ଷା ଜୁନ୍‌ ମାସରେ ହେବ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.