ବଢ଼ୁଛି ସାଇବର କ୍ରାଇମ୍: ଟ୍ରିପଲ ଆଇଟିକୁ ଦିଆଗଲା ଦାୟିତ୍ବ
7/01/2020 at 5:32 PM

ଭୁବନେଶ୍ବର୭/୧: ଦିନକୁ ଦିନ ଅନଲାଇନରେ କାରବାର ବୃଦ୍ଧି ପାଉଛି। ଡିଜିଟାଲର ବ୍ୟବହାରକୁ ଆଖି ଆଗରେ ରଖି ସରକାର ଅନଲାଇନ୍ର କାରବାର୍କୁ ଦ୍ରୁତଗତିରେ ବୃଦ୍ଧି କରୁଛନ୍ତି।

ବର୍ତ୍ତମାନ ସମୟରେ ଅନଲାଇନ୍ରେ ବାରମ୍ବାର ଠକେଇ ହେଉଥିବା ଘଟଣା ସମ୍ନାକୁ ଆସିଛି । ଗୋଟିଏ ଠକେଇରେ ସଫଳ ହେବା ପରେ ସାଇବର ଅପରାଧୀ ବି ଅଧିକ ସକ୍ରିୟ ହୋଇଯାଉଛନ୍ତି। ତା ପରେ ଗୋଟିଏ ପରେ ଗୋଟିଏ କ୍ରାଇମ କରି ଚାଲୁଛନ୍ତି ଅପରାଧୀ।

ସୂଚନା ମୁତାବକ ୨୦୧୯ରେ ଓଡିଶା ସରକାରଙ୍କ ୬୦ ୱେବସାଇଟ ହ୍ୟାକ ହୋଇଥିଲା। ଏ ନେଇ ସରକାର ପଦକ୍ଷେପ ଗ୍ରହଣା କରିବା ସତ୍ତ୍ବେ ସବୁ ପ୍ଲାନିଂ ଫୁ କରି ଦେଉଛନ୍ତି ସାଇବର ଲୁଟେରା।

ସଚେତନତା ଅଭାବରୁ ସାଇବର ଅପରାଧୀମାନେ ଅଧିକ ସକ୍ରିୟ ହେଉଛନ୍ତି। ତେଣୁ ସରକାରୀ ୱେବସାଇଟ ଗୁଡିକ ଅଡିଟ୍ କରାଯାଉଛି ।

ତେଣୁ ଟ୍ରିପଲ ଆଇଟିକୁ ଏହି ଦାୟିତ୍ବ ଦିଆଯାଇଛି ।

ତେବେ ଦେଶରରେ ସାଇବର ଅପରାଧ ମାମଲା ୧୫୦% ବୃଦ୍ଧି ପାଇଛି।ସେହିପରି ଭାବେ ୨୦୧୬-୧୭ରେ ଓଡ଼ିଶାରେ ୩୧୭ ମାମଲା ରୁଜୁ ହୋଇଥିଲା।

୨୦୧୮-୧୯ରେ ୭ଶହରୁ ଅଧିକ ମାମଲା ରୁଜୁ ହୋଇଥିଲା ।