Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ବାୟୁପ୍ରଦୂଷଣ ବୃଦ୍ଧି ହେଲେ ଅଧିକ ମାରାତ୍ମକ ହେବ କରୋନା ଭାଇରସ

9/10/2020 at 12:27 PM

ନୂଆଦିଲ୍ଲୀ ୦୯/୧୦: ଦେଶରେ କରୋନା ଭାଇରସ ମାମଲା କିଛି ଦିନ ହେବ କମ୍ ଦେଖିବାକୁ ମିଳିଛି। ଏହାକୁ ଏକ ଭଲ ସଙ୍କେତ ଭାବେ ଦେଖା ଯାଉଛି। ଏହାରି ଭିତରେ ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ ପ୍ରଦୂଷଣ ସ୍ତର ବଢ଼ିବା ଉପରେ ଅପିଲ କରିଛନ୍ତି। ଆଗକୁ ଆସୁଥିବା ପାର୍ବଣ ଓ ଥଣ୍ଡା ଯୋଗୁ ଶ୍ବାସ ନେବାରେ ସମସ୍ୟା ଉପୁଜିପାରେ କହିଛନ୍ତି । ସେହିପରି ପ୍ରଦୂଷଣ ସ୍ତର ବଢ଼ିଲେ କରୋନା ଭାଇରସ ଅଧିକ ମାରାତ୍ମକ ହୋଇଯିବ। ଏହି ମାମଲା ଦୁଇରୁ ତିନି ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।

ଶୀତ ଦିନେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ଗୁଲେରିଆ କହିଛନ୍ତି। ଶୀତ ଦିନେ ପ୍ରଦୂଷଣ ସ୍ତର ବଢ଼ିଥାଏ। ଚୀନ ଓ ଇଟାଲୀ ତଥ୍ୟ କହୁଛି ଯେ ପିଏମରେ ୨.୫ରେ କିଛିଟା ବୃଦ୍ଧି ହୋଇଛି। ସେହିପରି କରୋନାଭାଇରସ ମାମଲାରେ ୮ରୁ ୯ ପ୍ରତିଶତ ବଢ଼ିଛି। ବାୟୁପ୍ରଦୂଷଣ ଯୋଗୁ ଫୁସଫୁସରେ ଯନ୍ତ୍ରଣା ଓ ପୋଡାଜଳା ହୋଇଥାଏ। କାରଣ କରୋନା ଫୁସଫୁସକୁ ଅଧିକ ପ୍ରଭାବିତ କରୁଛି। ପ୍ରଦୂଷଣ ବଢ଼ିବା ଯୋଗୁ ସଂକ୍ରମଣ ମାମଲା ବଢ଼ିବ।

ସୂଚନାଯୋଗ୍ୟ କରେନା ଯୋଗୁ ଯେତେବେଳେ ଲକଡାଉନ ଲାଗିଥିଲା ସେତେବେଳେ କିଛି ଦେଶରେ ପ୍ରଦୂଷଣ ସ୍ତର କମିଯାଇଥିଲା। ଏହା ଦ୍ବାରା ପ୍ରଦୂଷଣ ଜନିତ ମୃତ୍ୟୁକୁ ରୋକାଯାଇପାରିବ। ମାତ୍ର ପୁଣି କାର୍ଯ୍ୟକଳାପ ଆରମ୍ଭ ହେବାରୁ ପ୍ରଦୂଷଣ ମାତ୍ରା ବଢ଼ିଛି।

   Related Posts