କେବେ ଶୁଣିବ ପ୍ରଶାସନ ? ବିପଦଶଙ୍କୁଳ ଅବସ୍ଥାରେ ବ୍ରିଜ , ୨୫ଟି ଗାଁର ଲୋକେ କରନ୍ତି ନିର୍ଭର

Published By : Prameya-News7 Bureau | November 07, 2020 IST

ନିମାପଡା ୦୭।୧୧ : ବିପଦଶଙ୍କୁଳ ଅବସ୍ଥାରେ ବ୍ରିଜ । ଭୟରେ ୨ଟି ପଞ୍ଚାୟତର ବାସିନ୍ଦା । ସ୍ଥାନୀୟଲୋକଙ୍କ ଦାବି ପରେ ଶୁଣିନାହିଁ ପ୍ରଶାସନ ବୋଲି ଅଭିଯୋଗ ଆସିଛି । ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ରହିଛି ଏକ ବ୍ରିଜ୍ ।

{"id":357533,"sizeSlug":"large"}

ପୁରୀ ଜିଲ୍ଲା ନିମାପଡା ଠାରୁ ତଂପାଳ ମୁଖ୍ୟ ରାସ୍ତାକୂ ସଂଯୋଗ କରୁଛି ଧିରପୁର କେନାଲ ବ୍ରିଜ  । ଏହି ବ୍ରିଜର ଅବସ୍ଥା ଜରାଜୀର୍ଣ୍ଣ ଯୋଗୁଁ ବିପଦଶଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ପ୍ରାୟ ୨ଟି ପଞ୍ଚାୟତ ୨୫ଟିରୁ ଅଧିକ ଗାଁଲୋକେ । ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଏହି ବ୍ରିଜର ପୁନଃନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ୫୦ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ବ୍ରିଜ ଏବେ ଦବିଯିବା ସହ ମଝି ବିମରେ ଫାଟ ସୃଷ୍ଟି ହେବା ଯୋଗୁଁ ବ୍ରିଜଟି ସମ୍ପୂର୍ଣ୍ଣ ବିପଦଜନକ ହୋଇପଡିଛି। ସ୍ଥାନୀୟ ଲୋକେ ନିଜର ସୁରକ୍ଷା ପାଇଁ  ବ୍ରିଜର ଦୁଇ ପାର୍ଶ୍ଵରେ ପଥର ରଖି ବନ୍ଦ କରିଥିଲେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ।

{"id":357535,"sizeSlug":"large"}

ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ବ୍ରିଜ ଉପରେ ଯାତ୍ରା କରୁଛନ୍ତି । ଗୃହନିର୍ମାଣ ସାମଗ୍ରୀ ହେଉ କିମ୍ଵା ଆମ୍ବୁଲାନ୍ସ ସେବା । ଏହି ସମସ୍ତ କାର୍ଯ୍ୟରୁ ଏବେ ସ୍ଥାନୀୟ ଅଂଚଳର ଲୋକେ ଏବେ ବଂଚିତ ହେଉଛନ୍ତି । ଖୁବ ଶୀଘ୍ର ଏହି ବ୍ରିଜର ପୁନଃନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଥିବା ବେଳେ , ବ୍ରିଜ ଅବସ୍ଥା ବାସ୍ତବରେ ଶୋଚନୀୟ ରହିଛି । ଏହାର ପୁନଃନିର୍ମାଣ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ନିମାପଡା ବିଡ଼ିଓ କହିଛନ୍ତି ।

{"id":357536,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.