ବିଳାସମୟ ହୋଟେଲରେ ୧୦୦୦କୋଟିର ବିଦେଶୀ ସମ୍ପତ୍ତି : ଆହୁରି ଖୋଜୁଛି ଆୟକର ବିଭାଗ

Published By : Prameya-News7 Bureau | January 25, 2020 IST

ଦିଲ୍ଲୀ ୨୫/୧: ଆୟକର ବିଭାଗ ଦେଶ ଏବଂ ବିଦେଶରେ ବିଳାସମୟ ହୋଟେଲ୍ ଚଲାଉଥିବା ଏକ ବଡ଼ ଗ୍ରୃପ୍ ଉପରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୧୦୦୦କୋଟି ଟଙ୍କାର କଳାଧନ ବିଷୟରେ ଜଣା ପଡ଼ିଥିଲା। ଜାନୁୟାରୀ ୧୯ତାରିଖରେ ଆୟକର ବିଭାଗ ଦିଲ୍ଲୀ ସମେତ ଦେଶର ସମସ୍ତ ବଡ଼ ସହର ଏବଂ ବିଦେଶରେ ହୋଟେଲ୍ ଚଲାଉଥିବା ଏକ ବଡ଼ ଗ୍ରୁପର ଅନେକ ସ୍ଥାନରେ ଚଢ଼ାଉ କରିଥିଲା।

ଆୟକର ବିଭାଗ ଗ୍ରୃପର ଦିଲ୍ଲୀ-ଏନସିଆରରେ ୧୩ଟି ସ୍ଥାନରେ ଚଢ଼ାଉ କରିଥିଲା। ଆୟକର ବିଭାଗ ଅନୁସାରେ,ଏହି ଗ୍ରୃପ୍ ଦୀର୍ଘ ଦିନରୁ ରାଡାରରେ ଥିଲା। ସୂଚନା ମିଳିଥିଲା ଯେ ବିଦେଶରେ ହଜାର କୋଟିର କଳା ଧନର ସମ୍ପତ୍ତି ବେଆଇନଭାବେ ଜମା କରାଯାଇଥିଲା। ଆୟକର ବିଭାଗକୁ ଏହା ମଧ୍ୟ ସୂଚନା ମିଳିଛି ଯେ ହୋଟେଲ୍ ଚଲାଉଥିବା ଏହି ବଡ଼ ଗ୍ରୃପ୍ ପାଖାପାଖି ୩୫କୋଟି ଟଙ୍କାର ଇନକମ୍ ଟ୍ୟାକ୍ସ ଚୋରି ମଧ୍ୟ କରିଛି।

ଚଢ଼ାଉ ସମୟରେ ୨୩କୋଟି ଟଙ୍କାର ଗହଣା,ନଗଦ ୭୧ଲକ୍ଷ ଟଙ୍କା ଏବଂ ପାଖାପାଖି ଦେଢ଼ କୋଟି ଟଙ୍କାର ଦାମୀ ଘଣ୍ଟା ଜବତ ହୋଇଛି। ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଯାଞ୍ଚରୁ ଜଣା ପଡ଼ିଛି ଯେ ଏହି ଗ୍ରୃପ୍ ଲଣ୍ଡନ,ଦୁବାଇ ସମେତ ବିଦେଶରେ ଜାଗା କିଣିଛି। ଆୟକର ବିଭାଗ ଦାବି କରିଛି ଯେ ଆଗାମୀ ଦିନରେ ଏହି ଗ୍ରୃପ୍ ବିରୋଧରେ ବ୍ଲାକ୍ ମନି ଆକ୍ଟ ଜରିଆରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ବର୍ତ୍ତମାନ ୧୦୦୦କୋଟି ଟଙ୍କାର କଳାଧନ ବିଷୟରେ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.