Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ବଦଳିଲା ଆୟକର ନିୟମ, ଏବେ ଭତ୍ତା ଉପରେ କର୍ମଚାରୀ ଦାବି କରିପାରିବେ ରିହାତି

28/06/2020 at 4:07 PM

ନୂଆଦିଲ୍ଲୀ ୨୮।୬: ଯଦି ଆପଣ ସ୍ୱଳ୍ପ ହାରର ଆୟକର ବ୍ୟବସ୍ଥା ଆପଣେଇବାକୁ ଚାହୁଁଛନ୍ତି ତେବେ ଆପଣ ନିୟୋଜକଙ୍କ ଠାରୁ ଭତ୍ତା ଉପରେ ମଧ୍ୟ ଆୟକର ରିହାତି ଦାବି କରିପାରିବେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ନିୟମରେ ପରିବର୍ତ୍ତନ କରିଛନ୍ତି। ଏ ନେଇ ଜାରି ଅଧିସୂଚନା ଅନୁସାରେ ନୂଆ କର ବ୍ୟବସ୍ଥା ଚୟନ କରୁଥିବା କରଦାତା ଅଧିକାରୀକ ପ୍ରୟୋଜନ ଲାଗି ହୋଇଥିବା ଖର୍ଚ୍ଚର ଭତ୍ତାରେ ଶୁଲ୍କ ରିହାତି ଦାବି କରିପାରିବେ। ଏଥିରେ ଅଧିକାରୀକ ଗସ୍ତ ଓ ଅନ୍ୟ କାର୍ଯ୍ୟ ଲାଗି ମିଳୁଥିବା ଭତ୍ତାରେ ମଧ୍ୟ  ଏହି ରିହାତି ମିଳିବ।

ସିବିଡିଟିଙ୍କ ନିୟମ ସଂଶୋଧନ ଅନୁସାରେ କରଦାତା ଟ୍ରାନ୍ସଫର ମାମଲାରେ ଟ୍ରାଭେଲ ଖର୍ଚ୍ଚ ଲାଗି ମିଳୁଥିବା ଭତ୍ତା, ଯାତ୍ରା ଆଦି ସମୟରେ ମିଳୁଥିବା ଅନ୍ୟ ଭତ୍ତା ଓ ସାଧାରଣ କାର୍ଯ୍ୟସ୍ଥଳରେ ଉପସ୍ଥିତ ନ ରହି ମଧ୍ୟ ପାଉଥିବା ଦୈନିକ ଖର୍ଚ୍ଚ ଆଦି ଭତ୍ତାରେ ଏହି ଆୟକର ରିହାତି  ମିଳିପାରିବ।  ଯଦି ନିୟୋଜକ କାର୍ଯ୍ୟସ୍ଥଳକୁ ନିୟମିତ ଯାତାୟାତ ଲାଗି ନିଶୁଳ୍କ ବ୍ୟବସ୍ଥା କରିନାହାନ୍ତି ତେବେ  କର୍ମଚାରୀଙ୍କୁ ନିୟମିତ କାର୍ଯ୍ୟସ୍ଥଳକୁ ଯାତାୟାତ ନିମନ୍ତେ ମିଳୁଥିବା ଭତ୍ତାରେ ମଧ୍ୟ ଆୟକର ରିହାତି ପାଇପାରିବେ।

ନୂଆ ଆୟକର ସ୍ଲାବ ଅନୁସାରେ ବାର୍ଷିକ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ ରଖା ଯାଇଛି। ତେବେ ୨.୫ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ବାର୍ଷିକ ୫ ପ୍ରତିଶତ ଆୟକର ଧାର୍ଯ୍ୟ ହୋଇଛି। ସେହିପରି ୫ରୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀ ବର୍ଗଙ୍କ ନିମନ୍ତେ ୧୦ ପ୍ରତିଶତ, ୭.୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୫ ପ୍ରତିଶତ ଓ ୧୦ରୁ ୧୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକାରୀ ବର୍ଗଙ୍କ ନିମନ୍ତେ ସର୍ବାଧିକ ୨୦ ପ୍ରତିଶତ ଆୟକର ଧାର୍ଯ୍ୟ ହୋଇଛି। ସେହିପରି ୧୨.୫ଲକ୍ଷରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ନିମନ୍ତେ ୨୫ ପ୍ରତିଶତ ଓ ୧୫ରୁ ଅଧିକ ଆୟକାରୀ ବର୍ଗଙ୍କ ଲାଗି ୩୦ ପ୍ରତିଶତ ଶୁଳ୍କ ନିର୍ଦ୍ଧାରିତ ହୋଇଛି।  

   Related Posts