କରଦାତାଙ୍କୁ ଆଶ୍ଵସ୍ତି ଦେଲେ ନିର୍ମଳା, ବଢିଲା ଆୟକର ରିଟର୍ଣ୍ଣ ଫାଇଲ ଦାଖଲ କରିବାର ତାରିଖ

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫: ସରକାର କରୋନା ସଙ୍କଟ ଲକ୍‌ଡାଉନ୍‌ କାରଣରୁ ସବୁଠୁ ଅଧିକ ପ୍ରଭାବିତ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ(MSMEs)କୁ ସୁଦୃଢ କରିବା ଲାଗି  ୩ ଲକ୍ଷ କୋଟି ଟଙ୍କାର ବିନା ଗ୍ୟାରେଣ୍ଟିରେ ଲୋନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ବିଷୟରେ ବିସ୍ତୃତ ସୂଚନା ଦେଇ ଆୟକର ଦାତାଙ୍କୁ ବଡ ଆଶ୍ଵସ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୧୯-୨୦୨୦ ପାଇଁ ସମସ୍ତ ଆୟକର ଦାଖଲର ଅନ୍ତିମ ତାରିଖ ୨୦୨୦ ଜୁଲାଇ ୩୧ରୁ ବଢାଯାଇ ୨୦୨୦ ନଭେମ୍ଵର ୩୦ କରାଯାଇଛି। ଟ୍ୟାକ୍ସ ଅଡିଟ୍ ତାରିଖ ବଢାଯାଇ ୨୦୨୦ ସେପ୍ଟେମ୍ବର ୩୦ରୁ  ବଢାଯାଇ ୨୦୨୦ ଅକ୍ଟୋବର ୩୧ କରାଯାଇଛି।

କରଦାତାଙ୍କୁ ଦେଲେ ଆଶ୍ଵସ୍ତି

ଏହି ରିଲିଫ ପ୍ୟାକେଜ୍‌ରେ TDS ଶୁଳ୍କରେ ମଧ୍ୟ ରିହାତି ଦିଆଯିବା ସାମିଲ। ଟ୍ୟାକ୍ସ ଡିଡକ୍ସନ ଆଟ୍ ସୋର୍ସ ଅର୍ଥାତ TDS ଓ ଟ୍ୟାକ୍ସ କଲେକ୍ସନ ଆଟ୍ ସୋର୍ସ ଅର୍ଥାତ TCS ର ସଂପ୍ରତି ଦରରେ ୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହି ପଦକ୍ଷେପ ଦ୍ଵାରା ୫୦ ହଜାର କୋଟି ଟଙ୍କା ଅର୍ଥ ଲୋକଙ୍କ ହାତରେ ରହି ପାରିବ। ଏହି  ନିଷ୍ପତ୍ତି କାଲିଠୁ ଲାଗୁ ହେବ।

ସେହି ପରି ୨୦୨୦ ସେପ୍ଟେମ୍ଵର ୩୦ରେ ଶେଷ  ହେଉଥିବା ମୂଲ୍ୟାଙ୍କନ ତାରିଖକୁ ବଢାଇ ୨୦୨୦ ଡିସେମ୍ବର ୩୧  କରାଯାଇଛି। ୨୦୨୧ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ମୂଲ୍ୟାଙ୍କନ ତାରିଖକୁ ବଢାଇ ୨୦୨୧ ସେପ୍ଟେମ୍ବର ୩୦ କରାଯାଇଛି। ବିବାଦରୁ ବିଶ୍ଵାସ ସ୍କିମରେ ବିନା ଅତିରିକ୍ତ ରାଶିର ପେମେଣ୍ଟ ଅବଧି ବଢାଇ ୨୦୨୦ ଡିସେମ୍ବର ୩୧ କରାଯାଇଛି।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏମଏସଏମଇ, କୁଟିର ଉଦ୍ୟୋଗ ଓ ଗୃହ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଲାଗି ଛଅଟି ନୂତନ ପଦକ୍ଷେପ ଉଠାଯାଇଛି। ଏମଏସଏମଇ ସେକ୍ଟର ଲାଗି ୪ ହଜାର କୋଟି ଟଙ୍କାର କ୍ରେଡିଟ୍ ଗ୍ୟାରେଣ୍ଟି ଦିଆଯିବ। ଏଥିରେ ୨ ଲକ୍ଷ କର୍ମଚାରୀଙ୍କୁ ଫାଇଦା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.