ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଓଏସଡିଙ୍କ ବିଭିନ୍ନ ଜାଗାରେ ଆୟକର ବିଭାଗର ଚଢ଼ାଉ : କୋଟି କୋଟି ଟଙ୍କା ଜବତ

Published By : Prameya-News7 Bureau | April 07, 2019 IST

ନୂଆଦିଲ୍ଲୀ ୭/୪ : ଶନିବାର ବିଳମ୍ବିତ ରାତିରେ ଆୟକର ବିଭାଗ କମଲନାଥଙ୍କ ସହ ଜଡିତ ନିକଟତର ଲୋକଙ୍କ ଘରେ ଚଢ଼ାଉ କରିଥିଲା | ଦେଶ ସାରା ୫୦ଟି ଠିକଣାରେ ଚଢ଼ାଉ କରାଯାଇଛି | ଚଢ଼ାଉରେ କମଲନାଥଙ୍କ ଭଣଜା, ବ୍ୟକ୍ତିଗତ ସଚିବ, ପୂର୍ବତନ ବ୍ୟକ୍ତିଗତ ସଚିବ ଏବଂ ବ୍ୟବସାୟୀଙ୍କ ନିକଟରୁ କୋଟି କୋଟି ଟଙ୍କା ଜବତ ହୋଇଛି |

{"id":101042,"width":583,"height":364}


ଲୋକସଭା ନିର୍ବାଚନ ମାହୋଲରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଓଏସଡି ବାସଭବନରେ ରାତି ୩ଟାରେ ଆୟକର ବିଭାଗ ଚଢ଼ାଉ କରିଥିଲା | ପାଖାପାଖି ୧୫ ଅଧିକାରୀ ଚଢ଼ାଉରେ ଲାଗିଥିଲେ |

{"id":101043}


କମଲନାଥଙ୍କ ଓଏସଡି ପ୍ରବୀଣ କକ୍କଡଙ୍କ ବିଜୟନଗରମ ସ୍ଥିତ ବାସଭବନରେ ଆୟକର ବିଭାଗ ଚଢ଼ାଉ କରିଥିଲା | କକ୍କଡଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଜଣାପଡିଛି | କକ୍କଡଙ୍କ ଇନ୍ଦୋର ସ୍ଥିତ ୪ଟି ଘରେ ଏବଂ ଭୋପଲ ଓ ଦିଲ୍ଲୀ ସ୍ଥିତ ଗୋଟିଏ ଗୋଟିଏ ଘରେ ଚଢ଼ାଉ କରାଯାଇଥିଲା | କକ୍କଡଙ୍କ ଛଡା କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା | ଭୋପାଲ, ଇନ୍ଦୋର, ଗୋଆ ଏବଂ ଦିଲ୍ଲୀରେ ୩୫ ଟି ଜାଗାରେ ଚଢ଼ାଉ କରିଥିଲା | ଭୋପାଲର ପ୍ରତୀକ ଯୋଶୀଙ୍କ ଘରୁ ଅତ୍ୟଧିକ ଟଙ୍କା ମଧ୍ୟ ଜବତ ହୋଇଛି |

{"id":101044}


ସୂଚନାଯୋଗ୍ୟ ଯେ, କମଲନାଥଙ୍କ ଭଣଜା ରତୁଲ ପୁରୀ ମନି ଲଣ୍ଡରିଂ ମାମଲାରେ ଫଶିଛନ୍ତି | କମଲନାଥ ମୁଖ୍ୟମନ୍ତ୍ରୀ ହେବାପରେ ଭୁପେନ୍ଦ୍ର ଗୁପ୍ତାଙ୍କୁ ହଟାଇ ଦିଆଯାଇ ପ୍ରବୀଣ କକ୍କଡଙ୍କୁ ଓଏସଡି କରାଯାଇଥିଲା | କକ୍କଡ ପୂର୍ବରୁ ମଧ୍ୟ ପ୍ରଦେଶ ପୋଲିସ ଅଧିକାରୀ ଥିଲେ | ପ୍ରବୀଣ କକ୍କଡ ୨୦୦୪ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଭାରତ ସରକାରଙ୍କ କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀଙ୍କ ବିଶେଷ କର୍ତବ୍ୟସ୍ଥା ଅଧିକାରୀ ଥିଲେ |

{"id":101045}

ନିଜର କାର୍ଯ୍ୟଶୈଳୀ ପାଇଁ କମଲନାଥଙ୍କ ବିଶ୍ୱାସଏଅ ପାତ୍ର ହୋଇଥିଲେ | କମଲନାଥ ତାଙ୍କୁ ସ୍ଵେଛା ଅନୁଦାନ ରାଶି ଆବେଦନର ନିରାକରଣ ଦାୟିତ୍ୱ ଦେଇଥିଲେ | ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମନ୍ତ୍ରୀ, କଂଗ୍ରେସ କାର୍ଯ୍ୟାଳୟ, ଉଭୟ ଦଳର ସାଂସଦ, ବିଧାୟକଙ୍କ ଦ୍ୱାରା ସୁପାରିଶ କରିଥିଲେ | ସମସ୍ତ ଆବେଦନ ଯାଞ୍ଚ ପାଇଁ କକ୍କଡଙ୍କ ପାଖକୁ ପଠାଯାଉଥିଲା |

{"id":101046}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.