ସଞ୍ଚୟରେ ଲାଭ : ଟର୍ମ ଡିପୋଜିଟ, ପିପିଏଫ ସହ ଡାକଘରେ ଆହୁରି ଅଛି ୫ ସ୍କିମରେ ଫାଇଦା

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯/୦୩ : ମାର୍ଚ୍ଚ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି | ଅନେକ ଲୋକ ଟ୍ୟାକ୍ସ ସେଭିଙ୍ଗ ପାଇଁ ବିକଳ୍ପ ଖୋଜିବାରେ ଲାଗିଛନ୍ତି | ଆୟକର ଆଇନର ସେକ୍ସନ ୮୦ସି ସବୁଠାରୁ ମହତ୍ଵପୁର୍ଣ | ଆୟକର ଆଇନର ସେକ୍ସନ ୮୦ସି ରେ ଏମିତି ଅନେକ ବିକଳ୍ପ ରହିଛି ଯେଉଁଥିରେ ପୁଞ୍ଜି ବିନିଯୋଗ ଜରିଆରେ ୧.୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତି ଟ୍ୟାକ୍ସରୁ ବଞ୍ଚିପାରିବେ | ପୋଷ୍ଟ ଅଫିସ ଦ୍ୱାରା ସଞ୍ଚାଳିତ ୫ଟି ସ୍କିମ ଦ୍ୱାରା ସେକ୍ସନ ୮୦ସି ର ଲାଭ ମିଳିପାରିବ |

୧. ସିନିୟର ସିଟିଜେନ ସେଭିଙ୍ଗ ସ୍କିମ - ଟଙ୍କା ସେଭିଙ୍ଗ ପାଇଁ ଏହି ସ୍କିମ ବହୁତ ଲାଭଦାୟକ | ଏହି ଯୋଜନାରେ ବର୍ଷକୁ ୮.୬ ପ୍ରତିଶତ ସୁଧ ମିଳିଥାଏ | ଯଦି ସୁଧ ରାଶି ୧୦ ହଜାର ଟଙ୍କାରୁ ଅଧିକ ହୁଏ ତାହେଲେ ଟିଡ଼ିଏସ କଟାଯାଇଥାଏ | ଏହି ଯୋଜନାରେ ପୁଞ୍ଜି ନିବେଶ କରିବା ଦ୍ୱାରା ଆୟକର ଅଧିନିୟମ, ୧୯୬୧ ଧାରା ୮୦ସି ଅନୁଯାୟୀ, ଟ୍ୟାକ୍ସ ଲାଭ ମିଳିଥାଏ | ୬୦ ବର୍ଷ ବୟସ କିମ୍ବା ତାଠାରୁ ଅଧିକ ବୟସ ପରେ ଆକାଉଣ୍ଟ ଖୋଲା ଯାଇପାରିବ | ଭିଆରଏସ ନେଉଥିବା ୫୫ ବର୍ଷ ବୟସରୁ ଅଧିକ ଓ ୬୦ ବର୍ଷ ବୟସରୁ କମ ବ୍ୟକ୍ତି ମଧ୍ୟ ଏହି ଆକାଉଣ୍ଟ ଖୋଲି ପାରିବେ | ଏହି ଯୋଜନାରେ ୫ ବର୍ଷ ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରାଯାଇପାରିବ | ମେଚୁରିଟି ପରେ ସ୍କିମକୁ ଆହୁରି ୩ ବର୍ଷ ବଢ଼ାଇ ଦିଆଯାଇପାରିବ | ଏହି ଯୋଜନାରେ ଜଣେ ୧୫ ଲକ୍ଷ ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରିପାରିବେ |

୨. ସୁକନ୍ୟା ସମୃଦ୍ଧି ଯୋଜନା - ସୁକନ୍ୟା ସମୃଦ୍ଧି ଯୋଜନା ଅନୁସାରେ, କୌଣସି ଶିଶୁ ଜନ୍ମ ହେବାପରେ ୧୦ ବର୍ଷ ବୟସ ପୂର୍ବରୁ ଆକାଉଣ୍ଟ ଖୋଲା ଯାଇପାରିବ | ମାତ୍ର ୨୫୦ ଟଙ୍କାରେ ଏହି ଆକାଉଣ୍ଟ ଖୋଲା ଯାଇପାରିବ | ଏହି ଯୋଜନାରେ ବର୍ଷକୁ ୮.୪ ପ୍ରତିଶତ ଦରରେ ସୁଧ ମିଳିଥାଏ | ଚଳିତ ଆର୍ଥିକ ବର୍ଷରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଅତିବେଶୀ ଦେଢ଼ ଲକ୍ଷ ଟଙ୍କା ଜମା କରାଯାଇପାରିବ | ଏହି ଯୋଜନାରେ ପୁଞ୍ଜି ନିବେଶ କରିବା ଦ୍ୱାରା ୮୦ସି ଅନୁଯାୟୀ ଟ୍ୟାକ୍ସରୁ ମଧ୍ୟ ବଞ୍ଚିତ ରହିବେ | ଏହି ଆକାଉଣ୍ଟ କୌଣସି ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କ ଅଧିକୃତ ଶାଖାରେ ଖୋଲା ଯାଇପାରିବ |

୩. ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ - ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଖାତାରେ ଜମା ରାଶି ପାଇଁ ପୋଷ୍ଟ ଅଫିସରୁ ବର୍ତ୍ତମାନ ୭.୯ ପ୍ରତିଶତ ସୁଧ ମିଳୁଛି | ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରିପଲ ଇ କାଟାଗୋରି ଅନ୍ତର୍ଗତ | ଅର୍ଥାତ ରିଟର୍ନ, ମେଚୁରିଟି ରାଶି ଓ ସୁଧ ପାଇଁ ଆୟକର ଟ୍ୟାକ୍ସ ଦେବାକୁ ପଡ଼ିନଥାଏ | ପିପିଏଫରେ ଅତିକମରେ ୫୦୦ ଟଙ୍କାରୁ ଆକାଉଣ୍ଟ ଖୋଲାଯାଇପାରିବ | ଏହି ଯୋଜନାରେ ଜଣେ ନିବେଶକାରୀଙ୍କୁ ଅତିକମରେ ୫୦୦ ଟଙ୍କା ବିନିଯୋଗ କରିବାକୁ ପଡିଥାଏ | ତାଛଡା ଆକାଉଣ୍ଟରେ ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ |

୪. ଇୟର ଏନଏସସି -୮ ଇସ୍ୟୁ- ପୋଷ୍ଟ ଅଫିସ ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟରେ ବିନିଯୋଗ କଲେ ବାର୍ଷିକ ୭.୯ ପ୍ରତିଶତ ସୁଧ ମିଳିଥାଏ | ସୁଧ ଗଣନା ବାର୍ଷିକ ଆଧାରରେ ହୋଇଥାଏ | କିନ୍ତୁ ସୁଧ ରାଶି ବିନିଯୋଗ ଅବଧି ସମ୍ପୂର୍ଣ୍ଣ ହେବାପରେ ଦିଆଯାଇଥାଏ | ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ ଯୋଜନାରେ ଜମା ଟଙ୍କା ଉପରେ ଆୟକର ଅଧିନିୟମ ଧାରା ୮୦ସି ଅନୁଯାୟୀ, ଟ୍ୟାକ୍ସ ଦେବାକୁ ପଡ଼ିନଥାଏ | ମାତ୍ର ୧୦୦ ଟଙ୍କାରେ ଏନଏସସି ଆକାଉଣ୍ଟ ଖୋଲିପାରିବେ | ଏନଏସସିରେ ଯେତେକି ଇଛା ପୁଞ୍ଜି ବିନିଯୋଗ କରିପାରିବେ | ଏଥିପାଇଁ କୌଣସି ସୀମା ନାହିଁ |

୫. ଟାଇମ ଡିପୋଜିଟ ଆକାଉଣ୍ଟ - ପୋଷ୍ଟ ଅଫିସ ଟାଇମ ଡିପୋଜିଟ ଏକ ପ୍ରକାର ଫିକ୍ସ ଡିପୋଜିଟ ଆକାଉଣ୍ଟ | ଏହି ଆକାଉଣ୍ଟରେ ପୁଞ୍ଜି ବିନିଯୋଗ ପାଇଁ କୌଣସି ଫିକ୍ସ ଅବଧି ନାହିଁ | ଏହି ଯୋଜନାରେ ବିନିଯୋଗ କରି ହିତାଧିକାରୀ ନିଶ୍ଚିତ ରିଟର୍ନ ଓ ସୁଧର ଫାଇଦା ପାଇପାରିବେ | ପୋଷ୍ଟ ଅଫିସ ଟାଇମ ଡିପୋଜିଟ ଆକାଉଣ୍ଟ ବର୍ଷେ ୫ ବର୍ଷ ଅବଧି ପାଇଁ ୬.୯ ରୁ ୭.୭ ପ୍ରତିଶତ ସୁଧ ଦେଇଥାଏ | ଏହି ଯୋଜନାରେ ଅତିକମରେ ହଜାରେ ଟଙ୍କା ବିନିଯୋଗ କରିବାକୁ ପଡିଥାଏ | ଅଧିକ ପୁଞ୍ଜି ବିନିଯୋଗ ପାଇଁ କୌଣସି ସୀମା ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.