Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ପାଟଣା କଂଗ୍ରେସ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ, ପରିସର ବାହାରୁ ୮.୫ ଲକ୍ଷ ଟଙ୍କା ଜବତ

22/10/2020 at 10:41 PM

ପାଟଣା ୨୨/୧୦: ବିହାର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ପ୍ରତ୍ୟେକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଘୋଷଣା କରୁଛନ୍ତି। ତେବେ ନିର୍ବାଚନ ସମୟରେ ଟଙ୍କା କାରବାର ମଧ୍ୟ ହେଉଥିବା ଅଭିଯୋଗ ହେଉଛି। ଆଜି ପାଟଣା କଂଗ୍ରେସ କାର୍ଯ୍ୟାଳୟରେ ଚଢ଼ଉ କରିଛି ଆୟକର ବିଭାଗ।

କାର୍ଯ୍ୟାଳୟ ସାମ୍ନାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୮.୫ ଲକ୍ଷ ଟଙ୍କା ଜବତ କରିଛି ଆୟକର ବିଭାଗ। କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ପାଇଁ ଚିନ୍ତା ବଢ଼ିଛି।

କଂଗ୍ରେସ୍‌ର ବିହାର ପ୍ରଭାରୀ ଶକ୍ତି ସିଂହ ଗୋହିଲ କହିଛନ୍ତି, କାର୍ଯ୍ୟାଳୟ ପରିସର ବାହାରେ ଏକ ଗାଡ଼ିରୁ ଟଙ୍କା ଜବତ ହେବା ପରେ ଆୟକର ଟିମ୍‌ ନୋଟିସ୍‌ ପଠାଇଛି।  ତେବେ ପରସରରୁ ଟଙ୍କା ଜବତ ହୋଇନାହିଁ ବୋଲି ଶକ୍ତି ସିଂହ କହିଛନ୍ତି। ଏଥିରେ ସହଯୋଗ କରିବା ସହ ରକ୍ସୌଲର ଭାଜପା ପ୍ରାର୍ଥୀ ଙ୍କ ପାଖରୁ ୨୨ କେଜି ସୁନା ଓ ଅଢ଼େଇ କେଜି ରୂପା  ମିଳିଥିବା ବେଳେ ଆୟକର ବିଭାଗ ଟିମ୍‌ ସେଠାକୁ କାହିଁକି ଯାଉନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଭାରୀ ଶକ୍ତି ସିଂହ।

   Related Posts