ଦେଶମୁଖଙ୍କ ପରେ ଏବେ ଅଜିତ ପାୱାରଙ୍କ ପାଳି: ଫ୍ରିଜ୍ ହେବ ୧୦୦୦ କୋଟିର ସମ୍ପତ୍ତି, ଜାରି ହେଲା ନୋଟିସ୍

Published By : Prameya-News7 Bureau | November 02, 2021 IST

ମହାରାଷ୍ଟ୍ର ୦୨/୧୧: ଆକ୍ସନରେ ମହାରାଷ୍ଟ୍ରରେ କେନ୍ଦ୍ରୀୟ ଏଜେନ୍ସି । ପୂର୍ବ ଗୃହ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ପରେ ଏବେ ଡେପୁଟି ସିଏମ ଅଜିତ ପାଓ୍ୱାରଙ୍କ ପାଳି ପଡିଛି । ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଅଜିତ ପାଓ୍ୱାରଙ୍କ ସମ୍ପତ୍ତି ଫ୍ରିଜ୍ କରିବାକୁ ଟାର୍ଗେଟ କରିଛି । ଏଥିପାଇଁ ନିର୍ଦ୍ଦେଶନାମା ବି ଜାରି ହୋଇଛି । ଏସବୁ ଅନୁମାନ ପ୍ରାୟ ୧ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
କେଉଁ କେଉଁ ସମ୍ପତ୍ତି ଫ୍ରିଜ୍ ହେବ :
୧- ଜରେନ୍ଦେଶ୍ୱର ସୁଗାର ଫ୍ୟାକ୍ଟ୍ରି: ମାର୍କେଟ ଭ୍ୟାଲୁ, ପାଖାପାଖି ୬୦୦ କୋଟି ଟଙ୍କା
୨-ସାଉଥି ଦିଲ୍ଲୀରେ ଥିବା ଫ୍ଲାଟ୍: ମାର୍କେଟ ଭ୍ୟାଲୁ, ପାଖାପାଖି ୨୦ କୋଟି ଟଙ୍କା
୩-ପାର୍ଥ ପାଓ୍ୱାରର ନିର୍ମଲ ଅଫିସ: ମାର୍କେଟ ଭ୍ୟାଲୁ, ପାଖାପାଖି ୨୫ କୋଟି ଟଙ୍କା
୪-ନୀଲମ ରିସୋର୍ଟ : ମାର୍କେଟ ଭ୍ୟାଲୁ, ପାଖାପାଖି ୨୫୦ କୋଟି ଟଙ୍କା
୫-ମହାରାଷ୍ଟ୍ର ୨୭ ଟି ଅଲଗା ଅଲଗା ସ୍ଥାନରେ ଜମି: ମାର୍କେଟ ଭ୍ୟାଲୁ, ପାଖାପାଖି ୫୦୦ କୋଟି ଟଙ୍କା

ଦୀର୍ଘ ସମୟ ଧରି IT ଟାର୍ଗେଟରେ ଥିଲେ
ଦୀର୍ଘ ଦିନ ଧରି ଅଜିତ ପାୱାର ଆଇଟିର ଟାର୍ଗେଟରେ ରହିଆସିଛନ୍ତି । ଗତ ମାସରେ ନିଜେ ଆୟକର ବିଭାଗ ଦୁଇଟି ରିଅଲ ଇଷ୍ଟେଟ୍ ଗ୍ରୁପ୍ ଏବଂ ଅଜିତ ପାୱାରଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢାଉ କରି 184 କୋଟି ଟଙ୍କା ସମ୍ପତ୍ତି ପାଇଥିଲା । ୭ ଅକ୍ଟୋବରରେ ବିଭାଗ ୭୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା । ଏହି ସମୟରେ ଆଇଟି ଅଜିତ ପାୱାରଙ୍କ ପୁତ୍ର ପାର୍ଥ ପାୱାରଙ୍କ ମାଲିକାନାରେ ଥିବା ଅନନ୍ତ ମାର୍କ୍ସ ପିଭି ଲିମିଟେଡ ଉପରେ ମଧ୍ୟ ଚଢାଉ କରିଥିଲା । ଏହାଛଡା ପାଓ୍ୱାରଙ୍କ ଉଭଣୀଙ୍କ ନାଁରେ ମାଲିକାନା ଥିବା କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.