ଖୁସି ଖବର: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଫଣ୍ଡ ତୁରନ୍ତ ଖାତାରେ ଦେବାକୁ ଆଦେଶ, ଉପକୃତ ହେବେ ଲକ୍ଷାଧିକ ଟିକସଦାତା

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୦୮।୦୪: କରୋନା ଭାଇରସ୍‌ ମହାମାରୀର ଏହି ସଙ୍କଟରେ ସାଧାରଣ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ଆଶ୍ଵସ୍ତି ଦେଇ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ତୁରନ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ରିଫଣ୍ଡକୁ ଜାରି କରିବାକୁ ଆଦେଶ ଦେଇଛନ୍ତି। ଏହି ନିଷ୍ପତ୍ତିରେ ୧୪ ଲକ୍ଷ କର ଦାତାଙ୍କୁ ଫାଇଦା ହେବ।

ଏହା ସହିରତ ଜିଏସଟି ଓ କଷ୍ଟମ ବିଭାଗରେ ଲମ୍ବିତ ସମସ୍ତ ରିଫଣ୍ଡ ମଧ୍ୟ ଜାରି କରାଯିବ। ଅର୍ଥ ମନ୍ତ୍ରଣାଳୟ ମୁଖ୍ୟପାତ୍ର ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲମ୍ବିତ ରିଫଣ୍ଡ  ଜାରି କରିବା ନିଷ୍ପତ୍ତିରେ ୧୪ ଲକ୍ଷ କରଦାତାଙ୍କୁ ତତ୍କାଳ ଫାଇଦା ହେବ।

wp:core-embed/twitter {"url":"https://twitter.com/FinMinIndia/status/1247873498250280960?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fbusiness%2Ftax%2Ftax-news%2Fcorona-income-tax-department-will-issue-refund-up-to-5-lac-immediately%2Farticleshow%2F75049766.cms","type":"rich","providerNameSlug":"twitter","className":""}
https://twitter.com/FinMinIndia/status/1247873498250280960?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fbusiness%2Ftax%2Ftax-news%2Fcorona-income-tax-department-will-issue-refund-up-to-5-lac-immediately%2Farticleshow%2F75049766.cms
/wp:core-embed/twitter

ମୁଖପାତ୍ର କହିଛନ୍ତି ଏହି ନିଷ୍ପତ୍ତିରେ  ଲଘୁ ଉଦ୍ୟମ ସହିତ ଏକ ଲକ୍ଷ କାରବାର ସଂସ୍ଥା ଉପକୃତ ହେବେ। ମନ୍ତ୍ରଣାଳୟର କହିବାନୁଯାୟୀ ତୁରନ୍ତ ରିଫଣ୍ଡ ଦେବା ପ୍ରକ୍ରିୟାରେ ପ୍ରାୟ ୧୮ ହଜାର କୋଟି ଟଙ୍କା କରଦାତାଙ୍କୁ ଫେରାଇ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.