Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ରବର୍ଟ ଭଦ୍ରାଙ୍କ ଘରେ ଆୟକର ବିଭାଗର ଟିମ୍‌, ବେନାମୀ ସମ୍ପତ୍ତି ମାମଲାରେ ଜାରି ରଖିଛି ଜେରା

4/01/2021 at 3:55 PM

ନୂଆଦିଲ୍ଳୀ ୦୪/୦୧:  ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ଘ​‌ରେ ଆଇକର ବିଭାଗର ଚଢ଼ାଉ । ବେନାମୀ ସଂପତ୍ତି ମାମଲାରେ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଛନ୍ତି । ଏହି ମାମଲାରେ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ନୋଟିସ୍ କରିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ ବୋଲି ସୂଚନା ମିଳିଛି । ରବର୍ଟ ଭଦ୍ରା ଆଇକର ବିଭାଗ କାର୍ଯ୍ୟାଳୟରେ ହାଜର ନହେବାରୁ ଅଧିକାରୀମାନେ ସିଧା ତାଙ୍କ ବାସଭବନରେ ପହଞ୍ଚି ପଚରାଉଚରା କରିଛନ୍ତି। ଏହା ସହ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଦିଲ୍ଲୀ ସ୍ଥିତ ସୁଖଦେବ ବିହାରରେ ଥିବା ବାସଭବନରେ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରାଯାଉଛି। ବିକାନେର ଓ ଫରିଦାବାଦ ଜମି ଘୋଟାଲା ମାମଲାରେ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ପଚରାଉଚରା କରୁଛି। ରବର୍ଟ ଭଦ୍ରାଙ୍କର ଫାର୍ମ  ସନଲାଇଟ୍ ହସ୍ପିଟାଲିଟି ରାଜସ୍ଥାନର ବିକାନେରରେ ଜମି ଘୋଟାଲ କରିଥିବା ନେଇ ଅଭିଯୋଗ ହୋଇଥିଲା । ଭଦ୍ରାଙ୍କ ମାଲିକାନାରେ ଥିବା ସ୍କାଇଲାଇଟ୍ ହସ୍ପିଟାଲିଟି  ୬୯.୫୫ ହେକ୍ଟର ଜମି ୭୨ ଲକ୍ଷ ଟଙ୍କାରେ କିଣିଥିଲା ଏବଂ ପୁଣି ଏହାକୁ ଏଲେଗେନି  ଫିନଲେଜକୁ ୫.୧୫ କୋଟି ଟଙ୍କାରେ ବିକ୍ରି କରିଥିବା ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି।

ରବର୍ଟ ଭଦ୍ରା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ଏବଂ ସେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ବିବାହ କରିଛନ୍ତି। ଆୟକର ବିଭାଗର ବାରମ୍ବାର ନୋଟିସ୍‌ ପରେ ମଧ୍ୟ ରବର୍ଟ ଭଦ୍ରା ହାଜର ହୋଇନଥିଲେ। କରୋନା ପାଇଁ ସେ ହାଜର ହୋଇନଥିଲେ ବୋଲି କୁହାଯାଉଛି। ଆୟକର ବିଭାଗ ବ୍ୟତୀତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଧ୍ୟ ଯାଞ୍ଚ କରୁଛି।

   Related Posts