ରବର୍ଟ ଭଦ୍ରାଙ୍କ ଘରେ ପୁଣି ପହଞ୍ଚିଲା ଆୟକର ବିଭାଗର ଟିମ୍‌, ଜାରି ରହିଛି ପଚରାଉଚରା

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧: ସୋନିଆ ଗାନ୍ଧୀଙ୍କ ଜ୍ବାଇଁଙ୍କୁ ଆୟକର ବିଭାଗର ମାରାଥନ୍‌ ଜେରା। ରବର୍ଟ ଭଦ୍ରାଙ୍କ ଘରେ ପୁଣି ପହଞ୍ଚିଲା ଆୟକର ବିଭାଗ। ଏହା ପୂର୍ବରୁ ସୋମବାର ରବର୍ଟ ଭଦ୍ରାଙ୍କୁ ଆୟକର ଟିମ୍‌ ୮ ଘଣ୍ଟା ପଚରାଉଚରା କରିଥିଲା। ବିକାନେର ଓ ଫରିଦାବାଦ ଜମି କେଳେଙ୍କାରୀ ମାମଲାରେ ଆୟକର ବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି କିଛି କାଗଜ ପତ୍ର ସମ୍ପର୍କରେ ରବର୍ଟ ଭଦ୍ରାକଙ୍କୁ ପଚରା ଉଚରା କରିଥିଲା ଆଇକର ବିଭାଗ ଟିମ୍‌। ପୂର୍ବରୁ ଏହି ସବୁ କାଗଜ ପତ୍ର ରବର୍ଟ ଦାଖଲ କରିପାରିନଥିଲେ। ତେବେ ଆଜି ପୁଣି ଏହି ସମ୍ପର୍କରେ ଆୟକର ଟିମ୍‌ ପଚରା ଉଚରା କରିପାରେ। ବେନାମୀ ସମ୍ପତ୍ତି ମାମଲାରେ ପୂର୍ବରୁ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ନୋଟିସ୍‌ ପଠାଇଥିଲା। କିନ୍ତୁ କରୋନା ବାହାନା ଦେଇ ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହୋଇନଥିଲେ ରବର୍ଟ ଭଦ୍ରା।

ସୋମବାର ଆୟକର ବିଭାଗର ଏକ ଟିମ୍‌ ସୁଖଦେବ ବିହାର ସ୍ଥିତ ରବର୍ଟ ଭଦ୍ରାଙ୍କ ବାସଭବନରେ ପହଞ୍ଚିଥିଲା। ଅଭିଯୋଗ ଅନୁଯାୟୀ ରବର୍ଟ ଭଦ୍ରାଙ୍କ କମ୍ପାନୀ କମ ଦାମରେ ବିକାନେରରେ ଜମି କିଣି ଚଢ଼ା ଦରରେ ବିକ୍ରି କରି ମୋଟାଅଙ୍କର ଲାଭ କରିଥିଲା। ଏଥି ସହ ଜଡ଼ିତ ଅନ୍ୟ ଏକ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ  ଯାଞ୍ଚ ମଧ୍ୟ କରୁଛି। ରବର୍ଟ ଭଦ୍ରାଙ୍କ ଉପରେ ମନି ଲଣ୍ଡରିଂ ମାମଲା ମଧ୍ୟ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.