Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନକଲି ଚୀନ କମ୍ପାନୀ ନାମରେ ଚାଲିଥିଲା ୧୦୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂର ଖେଳ, ଆୟକର ବିଭାଗର ଚଢାଉ

11/08/2020 at 10:18 PM

ନୂଆଦିଲ୍ଲୀ ୧୧।୦୮: ଆୟକର ବିଭାଗ କିଛି ଚୀନ ନାଗରିକ ଏବଂ  ସେମାନଙ୍କର ଭାରତୀୟ ସହଯୋଗୀଙ୍କ ଆଡ୍ଡା ଉପରେ ଚଢାଉ କରିଛି। ଏହି ସବୁ ବ୍ୟକ୍ତି ନକଲି କମ୍ପାନୀ ସାହାରାରେ ୧୦୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ରାକେଟ୍‌ରେ ସାମିଲ ଥିଲେ। ଆୟକର ବିଭାଗକୁ ସୂଚନା ମିଳିଛି ଯେ, କିଛି ଚାଇନିଜ ଲୋକ ଭାରତରେ ନିଜର ସହଯୋଗୀଙ୍କ ସହିତ ମିଶି ମନି ଲଣ୍ଡ୍ରିଂ ଏବଂ ହାଓ୍ଵାଲା ଟ୍ରାଞ୍ଜେକ୍ସନ କାମ କରୁଛନ୍ତି।

ସିବିଡିଟି କହିଛି ଚୀନ କମ୍ପାନୀର ସହଯୋଗୀ କମ୍ପାନୀ ଏବଂ ଏଥିରେ ଜଡିତ ବ୍ୟକ୍ତି ନକଲି କମ୍ପାନୀ ଜରିଆରେ ଭାରତରେ ରିଟେଲ୍ ସୋରୁମ ଖୋଲିବା ନାମରେ ୧୦୦ କୋଟି ଟଙ୍କା ଆଡଭାନ୍ସ ନେଇଥିଲେ।  ଏହି ସବୁ ସୂଚନା ଆଧାରରେ ଆୟକର ବିଭାଗ ଚାଇନିଜ ନାଗରିକ, ଭାରତରେ ସେମାନଙ୍କର ସହଯୋଗୀ, ଚାଇନିଜ କମ୍ପାନୀ ଏବଂ କିଛି ବ୍ୟାଙ୍କ କର୍ମଚାରୀଙ୍କ ବାସଭବନରେ ଚଢାଉ କରିଛି। ବିଭାଗ ଅଲଗା ଅଲଗା ଠିକଣାରେ ଏହି ଚଢାଉ କରିଛି।

ଚଢାଉ ବେଳେ ଆୟକର ବିଭାଗକୁ ଜାଣିବାକୁ ମିଳିଛି ଯେ, ଚାଇନିଜ ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ୪୦ ବ୍ୟାଙ୍କ ଆକାଉଣ୍ଟ ନକଲି କମ୍ପାନୀ ନାମରେ ଖୋଲାଯାଇଥିଲା। ଏହି ସବୁ ଆକାଉଣ୍ଟରେ ପାଖାପାଖି ୧୦୦୦ କୋଟି ଟଙ୍କା ଜମା କରାଯାଇଛି।

ଚାଇନିଜ କମ୍ପାନୀର ସହଯୋଗୀ କମ୍ପାନୀ ଏବଂ ସମ୍ବନ୍ଧିତ ଲୋକ ସେଲ କମ୍ପାନୀରୁ ଭାରତରେ ନକଲି ବ୍ୟବସାୟ କରିବା ନାମରେ ଅଗ୍ରୀମ ୧୦୦ କୋଟି ଟଙ୍କା ନେଇଥିଲେ। ତଦନ୍ତରୁ ଜଣା ପଡିଛି ଯେ, ଏହି ସବୁ ଅର୍ଥରେ ହାଓ୍ଵାଲା କାରବାର କରାଯାଇଛି। ଏହି କାମରେ ଅନେକ ବ୍ୟାଙ୍କ କର୍ମଚାରୀ ଏବଂ ଚାର୍ଟର୍ଡ ଆକାଉଣ୍ଟେଟ୍ ମଧ୍ୟ ସାମିଲ।

ହାଓ୍ଵାଲା କାରବାରର ତଦନ୍ତରେ ଆମେରିକୀ ଡଲାର ଓ ହଂକଂରେ ଏହି ଟ୍ରାଞ୍ଜେକ୍ସନ କରାଯାଇଛି। ସଂପ୍ରତି ସମସ୍ତ ଦିଗକୁ ଧ୍ୟାନରେ ରଖି ଗମ୍ଭୀରତାର ସହ ଯାଞ୍ଚ କରାଯାଉଛି।

   Related Posts