Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କରୋନା ପ୍ରଭାବ: ଆୟକର ବିଭାଗ ବଢାଇଲେ ଟ୍ୟାକ୍ସ ଭରିବାର ଅନ୍ତିମ ତାରିଖ

30/09/2020 at 6:07 PM

ନୂଆଦିଲ୍ଲୀ ୩୦।୦୯: ଆୟକର ବିଭାଗ ବୁଧବାର ବଢୁଥିବା କରୋନା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଆସେସମେଣ୍ଟ ଇୟର ୨୦୧୯-୨୦ର ଆୟକର ରିଟର୍ଣ୍ଣ ଫାଇଲ୍ ଦାଖଲ କରିବାର ସମୟ ସୀମାକୁ  ୨୦୨୦ ନଭେମ୍ବର ୩୦କୁ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ଟ୍ୟାକ୍ସ ଭରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ଥିଲା। ସିବିଡିଟି ଏକ ଟ୍ଵିଜ୍ ଜରିଆରେ କହିଛନ୍ତି ଏହି ମୁସ୍କିଲ ସମୟରେ ଲୋକଙ୍କୁ ହେଉଥିବା ଅସୁବିଧାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଆଉ ଏକ ବିଜ୍ଞପ୍ତିରେ ଆୟକର ବିଭାଗ କହିଛନ୍ତି, ସେପ୍ଟେମ୍ବର ୩୦ ସୁଦ୍ଧା ୩୩ ଲକ୍ଷ କରଦାତାଙ୍କୁ ୧.୧୮ ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଛି। ପର୍ସନାଲ ଇନକମ ଟ୍ୟାକ୍ସର ରିଫଣ୍ଡ ଭାବେ ୩୧.୭୫ ଲକ୍ଷ କରଦାତାଙ୍କୁ ୩୨,୨୩୦ କୋଟି ଟଙ୍କା ଦିଆଯାଇଛି। ସେହି ଭଳି କର୍ପୋରେଟ୍ ଟ୍ୟାକ୍ସରେ ୧.୭୮ ଲକ୍ଷ କରଦାତାଙ୍କୁ ୮୬,୦୯୪ କୋଟି ଟଙ୍କା ରିଫଣ୍ଡ କରାଯାଇଛି।

ଏହା ପୂର୍ବରୁ ସିବିଡିଟି ଟ୍ୟାକ୍ସ ଭରିବାର ଅନ୍ତିମ ତାରିଖ ବଢାଇଥିଲେ। ୨୦୧୯-୨୦ ଆସେସମେଣ୍ଟ ବର୍ଷର ବିଲେଟେଡ୍ ଓ ରିଭାଇଜ୍‌ଡ ଆଇଟିଆର ଭରିବାର ଶେଷ ତାରିଖ ୨୦୨୦ ମାର୍ଚ୍ଚ ୩୧ ନିର୍ଦ୍ଧାରଣ କରିଥିଲେ। ହେଲେ କରୋନା କାରଣରୁ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଜୁନ ୩୦ ପର୍ଯ୍ୟନ୍ତ ତାରିଖ ବଢାଇଥିଲେ। ପୁଣି ଏହାକୁ ସେପ୍ଟେମ୍ବର ୩୦କୁ ବୃଦ୍ଧି କରିଥିଲ। ଏବେ ପୁଣି ଥରେ କରୋନା ପ୍ରକୋପ କାରଣରୁ ଏହାର ଶେଷ ତାରିଖ ବଢାଇ ୨୦୨୦ ନଭେମ୍ବର ୩୦ କରାଯାଇଛି।

   Related Posts