୨୦ ହଜାର ଟଙ୍କାରୁ ଅଧିକ ରାଶି ନଗଦ କାରବାର କରିଛନ୍ତି କି? ସତର୍କ ରହନ୍ତୁ, ଗଣିବାକୁ ପଡିପାରେ ତଣ୍ଡ

Published By : Prameya-News7 Bureau | January 19, 2019 IST

ନୂଆଦିଲ୍ଲୀ୧୯|୧: ଜମି ଓ ଘର କିଣା ବିକାବେଳେ ଯଦି ୨୦ ହଜାର ଟଙ୍କାରୁ ଅଧିକ ରାଶି ନଗଦ କାରବାର କରିଛନ୍ତି ତାହେଲେ ସତର୍କ ରହନ୍ତୁ । କାରଣ ଯେ କୌଣସି ମୁହୂର୍ତ୍ତରେ ଆୟକର ବିଭାଗ ଆପଣଙ୍କ ବିରୋଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବା ଜୋରିମନା କରିପାରେ ।

ରାଜଧାନୀ ଦିଲ୍ଲୀରେ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଦେଶର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଏହି ଯାଂଚ ଆରମ୍ବ ହେବାକୁ ଯାଉଛି । ଜିନ ୧ ତାରିଖ ୨୦୧୫ ମସିହା ପରଠୁ ଅଦ୍ୟାବଧି ଜମି ଓ ଘର କିଣା ବିକାରେ୨୦ ହଜାର ଟଂକାରୁ ଅଧିକ ନଗଦ କାରବାର କରିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ସବ-ରେଜିଷ୍ଟାର ଅଫିସକୁ ନିର୍ଦ୍ଦେଶ ଦେଇଥିଲେ ।ଦିଲ୍ଲୀର ୨୧ଟି ସବରେଜିଷ୍ଟାର କାର୍ଯ୍ୟାଳୟ ତାଲିକା ପ୍ରସ୍ତୁତ କରି ଆୟକର ବିଭାଗକୁ ପ୍ରଦାନ କରିସାରିଛି ।

ସେହି ଆଧାରରେ ଏବେ ଆୟକର ବିଭାଗ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜୋରିମନା ପାଇଁ ନୋଟିସପଠାଇବ । ଦିଲ୍ଲୀରେ ଏହି ପ୍ରକ୍ରୀୟା ଆରମ୍ଭ ପରେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ସମାନ ପଦକ୍ଷେପ ନେବାକୁ ବାହାରିଛି ଆୟକର ବିଭାଗ ।  ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ଆୟକର ବିଭାଗ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଥିଲା । ଏଥିରେ ସ୍ପଷ୍ଟ କୁହାଯାଇଥିଲା ଯେ, ୨୦ ହଜାର ଟଙ୍କା ଉପରକୁ ନଗଦ କାରବାର ହୋଇପାରିବ ନାହିଁ । ତାପରଠୁ ନିର୍ଦ୍ଧାରିତ ରାଶିଠାରୁ ଅଧିକ ନଗଦ କାରବାର କରୁଥିବା ଲୋକଙ୍କ ଉପରେ ବିଭାଗ ବରାବର ନଜର ରଖି ଆସିଛି ।

ଏହାପରେ ପୁଣି ୨୦୧୭ ମସିହାରେ ବିତ୍ତିୟ ଅଧିନିୟମ ଅନୁସାରେ ବିଭାଗ ପକ୍ଷରୁ ଆୁ ଏକ ଆଡଭାଇଜରୀ ଜାରୀ କରାଯାଇଥିଲା । ଏହା ଅନୁସାରେ ଜମି ଓ ଘର କିଣା ବିକାରେ ୨୦ ହଜାରଠୁ ଉପରକୁ ନଗଦ କାରବାର ନକରିବା ପାଇଁ କୁହାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.