Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଦେଲା ସତର୍କବାଣୀ : ଏହି ମ୍ୟାସେଜରୁ ଦୂରେଇ ରୁହନ୍ତୁ ନଚେତ୍ ଶୂନ୍ୟ ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

3/04/2019 at 12:49 PM

ନୂଆଦିଲ୍ଲୀ ୩/୪: ଇନକମ୍ ଟ୍ୟାକ୍ଦ ଡିପାର୍ଟମେଣ୍ଟ ସମସ୍ତ ଟ୍ୟାକ୍ସଦାତାଙ୍କୁ ସାବଧାନ କରିଛି। ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ କହିଛି ଯେ ଫେକ ଟ୍ୟାକ୍ସ ରିଫଣ୍ଡ ମ୍ୟାସେଜ ଆଳରେ ପଡ଼ନ୍ତୁ ନାହିଁ ଏବଂ କଦାପି ନିଜ ବ୍ୟାଙ୍କ ଆକାଉଣ୍ଟ,ପିନ୍,ପାସଓ୍ବାର୍ଡ଼ ଏବଂ ଅନ୍ୟାନ୍ୟ ଫାଇନାନସିଆଲ ଆକାଉଣ୍ଟ ସମ୍ପର୍କିତ ସୂଚନା କୈାଣସି ବ୍ୟକ୍ତିଙ୍କୁ ସେୟାର କରନ୍ତୁ ନାହିଁ। ଇନକମ୍ ଟ୍ୟାକ୍ଦ ଡିପାର୍ଟମେଣ୍ଟ ଏହି ବିଷୟରେ ଏସଏମଏସ ଏବଂ ଇମେଲ ଜରିଆରେ ସମସ୍ତ ରେଜିଷ୍ଟାରଡ କରଦାତାଙ୍କୁ ସଚେତନ କରିଛନ୍ତି।

ଇନକମ୍ ଟ୍ୟାକ୍ଦ ଡିପାର୍ଟମେଣ୍ଟ ଅନୁସାରେ ବିଭାଗ କେବେ ବି ଫୋନ୍,ଏସଏମଏସ୍ କିମ୍ବା ଇମେଲ ଜରିଆରେ କରଦାତାଙ୍କଠୁ ଡେବିଟ କିମ୍ବା କ୍ରେଡିଟ କାର୍ଡ଼ର ପିନ୍,ଓଟିପି,ପାସଓ୍ବାର୍ଡ଼ କିମ୍ବା ସେପରି କୈାଣସି ସୂଚନା ମାଗିନଥାଏ।

ଇନକମ୍ ଟ୍ୟାକ୍ଦ ଡିପାର୍ଟମେଣ୍ଟ କହିଛି ଯେ ଫିଶିଙ୍ଗ୍ ଇମେଲର ଚିହ୍ନଟ ସାବଧାନତା ସହକାରେ କରନ୍ତୁ। ଏଥିପାଇଁ ଇନକମ୍ ଟ୍ୟାକ୍ଦ ଡିପାର୍ଟମେଣ୍ଟ କିଛି ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛି।

-ଯେଉଁ ଆଇଡିରୁ ମେଲ୍ ଆସିଛି,ଏହାକୁ ଧ୍ୟାନ ଦିଅନ୍ତୁ। ସେଥିରେ ଭୁଲ୍ ସ୍ପେଲିଙ୍ଗ୍ ଥିବ ନହେଲେ ଇନକମ୍ ଟ୍ୟାକ୍ଦ ଡିପାର୍ଟମେଣ୍ଟର ଓ୍ବେବସାଇଟ୍ ସହ ମିଶୁଥିବା ଅନ୍ୟ ନାଁ ଥିବ।

-ଏପରି କୈାଣସି ମେଲ୍ ସହ ଆଟାଚମେଣ୍ଟକୁ ଖୋଲନ୍ତୁ ନାହିଁ।

-ମେଲରେ ଦିଆଯାଇଥିବା କୈାଣସି ଲିଙ୍କକୁ କ୍ଲିକ୍ କୀନ୍ତୁ ନାହିଁ।

-ଯଦି ଆପଣ ଭୁଲରେ କୈାଣସି ଲିଙ୍କକୁ କ୍ଲିକ୍ କରି ଦେଉଛନ୍ତି ତେବେ ସେଥିରେ କେଉଁଠାରେ ମଧ୍ୟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ,କ୍ରେଡିଟ କାର୍ଡ଼,ଡେବିଟ କାର୍ଡ଼ ଆଦି ସେଥିରେ ଦିଅନ୍ତୁ ନାହିଁ।

   Related Posts