ଶଶିକଳାଙ୍କ ୧୬ହଜାର କୋଟିର ସମ୍ପତ୍ତି ଜବତ : ବିମୁଦ୍ରାୟନ ସମୟରେ ସମ୍ପତ୍ତି କିଣାବିକା ହୋଇଥିଲା
6/11/2019 at 3:32 PM

ନୂଆଦିଲ୍ଲୀ ୬|୧୧ : ଆୟକର ବିଭାଗ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୂର୍ବ ସହଯୋଗୀ ଶଶିକଳାଙ୍କ ୧୬ହଜାର କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ କରିଛି । ପୂର୍ବରୁ ଶଶିକଳା ଭ୍ରଷ୍ଟାଚାର ମାମଲାରେ ୪ବର୍ଷ ହେଲା ଜେଲ୍ରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୬ ସମୟରେ ହୋଇଥିବା ବିମୁଦ୍ରାୟନ ପରେ ଶଶିକଳା ଚେନ୍ନାଇ, ପୁଡୁଚେରୀ ଓ କୋଏମ୍ବଟୁରୁରେ ବେନାମୀ ସମ୍ପତ୍ତି କିଣିଥିଲେ । ଶଶିକଳା ନେଟବନ୍ଦୀ ସମୟରେ ପୁରୁଣା ନୋଟକୁ ବେନାମୀ ଭାବେ ଅତିକମରେ ୧୫ଶହ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ମଧ୍ୟ ରହିଛି । ୨୦୧୭ରେ ଶଶିକଳା ସମେତ ଅନ୍ୟ କେତେଜଣଙ୍କ ନାମରେ ଅପରେସନ କ୍ଲିନ ମନି ଅନୁସାରେ ଚଢଉ କରିଥିଲା ଆୟକର ବିଭାଗ । ଛାପା ମାରିବା ସମୟରେ ବେନାମୀ ସମ୍ପତ୍ତି ବିଷୟରେ ଖବର ମିଳିଥିଲା । ଆୟକର ବିଭାଗର ଅଧିକାରୀ ମାନେ ଏହି ଘଟଣରେ ସମ୍ପର୍କରେ ଶଶିକଳାଙ୍କୁ ପଚରାଉଚରା ମଧ୍ୟ କରିଥିଲେ । ଜୟଲଳିତଙ୍କ ସମ୍ପର୍କୀୟ ଇଲାବରାସୀ ଓ ବି. ଏନ୍ ସୁଧାକରନ ୪ବର୍ଷ ହେଲା ଜେଲରେ ଦଣ୍ଡ କାଟୁଛନ୍ତି ।

ଜୟଲଳିତଙ୍କ ମୃତ୍ୟୁ ପରେ ଏଆଇଡିଏମକେର ନେତୃତ୍ବ ନେବା ଶଶିକଳାଙ୍କୁ ଚେଷ୍ଟା କରିଥିଲେ । କିନ୍ତୁ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ଗୋଷ୍ଠୀର ନେତା ତାଙ୍କୁ ପାର୍ଟିରୁ ବାହାର କରିଦେଇଥିଲେ। ଜୟଲଳିତଙ୍କ ମୃତ୍ୟୁ ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଶଶିକଳାଙ୍କୁ ମଧ୍ୟ ଜେରା କରାଯାଇଛି ।