୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଲାଗିବନି କୌଣିସି ଟ୍ୟାକ୍ସ, ଜାଣନ୍ତୁ ଶୁଳ୍କ ଗଣିତ
6/07/2019 at 8:17 PM

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ପକ୍ଷରୁ ଶୁକ୍ରବାର ଉପସ୍ଥାପିତ ବାର୍ଷିକ ବହି-ଖାତା ୨୦୧୯-୨୦ରେ ଆୟକର ହାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଏଣୁ ଅନ୍ତରୀଣ ବହିଖାତା ଅନୁସାରେ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରମୁକ୍ତ ରହିବ। ତେବେ ସରକାର ଅତି ଧନିକଙ୍କ ପକେଟ ଢିଲା କରିବା ପାଇଁ ୩ରୁ ୭ ପ୍ରତିଶତ ସେସ୍ ଲାଗୁ କରିବାକୁ ପ୍ରସ୍ତାବ ରଖିଛନ୍ତି। ତେବେ ବଜେଟରେ କଣ ରହିଛି ଶୁଳ୍କ ପ୍ରାବଧାନ ଆସନ୍ତୁ ଜାଣିବା।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ ଅବସରରେ ଦେଇଥିବା ଅଭିଭାଷଣରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କର ଯୋଗ୍ୟ କହିଛନ୍ତି। ତେବେ କରଦାତାଙ୍କୁ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏଥିରେ ପୂର୍ବରୁ ପ୍ରଦାନ କରାଯାଉଥିବା ରିହାତିକୁ ଚଳିତ ବଜେଟରେ ମଧ୍ୟ ଅର୍ଥମନ୍ତ୍ରୀ କାୟମ ରଖିଛନ୍ତି। ତେବେ ତେବେ ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଆୟକାରୀ ବର୍ଗଙ୍କ ପାଇଁ ବଜେଟ୍ ରେ ୩୭ ପ୍ରତିଶତ ଅଧିଭାର ପ୍ରସ୍ତାବ କରିଛନ୍ତି। ୨ରୁ ୫ କୋଟି ଟଙ୍କା ବାର୍ଷିକ ଆୟକାରୀ ବର୍ଗଙ୍କ ନିମନ୍ତେ ଅର୍ଥମନ୍ତ୍ରୀ ୨୫ ପ୍ରତିଶତ ଅଧିଭାର ରଖିଥିବା ବେଳେ ୫ କୋଟିରୁ ଅଧିକ ଆୟକାରୀ ବର୍ଗଙ୍କ ପାଇଁ ୩୭ ପ୍ରତିଶତ ଅଧିଭାର ପ୍ରସ୍ତାବ ରଖିଛନ୍ତି। ଏଥିରୁ ବଜେଟରେ ଦେଶର ଧନୀକ ବର୍ଗଙ୍କ ଉପରେ କର ବୋଝ ରଖିଛନ୍ତି ଅର୍ଥମନ୍ତ୍ରୀ।

ଅର୍ଥମନ୍ତ୍ରୀଙ୍କ ବଜେଟ୍ ପ୍ରସ୍ତାବ ଅନୁସାରେ ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଆୟକାରୀ ବର୍ଗଙ୍କ ନିମନ୍ତେ ୩ ପ୍ରତିଶତ ଓ ୭ କୋଟିରୁ ଅଧିକ ଆୟାକାରୀ ବର୍ଗଙ୍କ ନିମନ୍ତେ ୭ ପ୍ରତିଶତ ସେସ୍ ଲାଗୁ କରାଯିବ। ସେହିପରି ଯେଉଁମାନଙ୍କ ଆକାଉଣ୍ଟରେ ୧ କୋଟି ଟଙ୍କା ଜମା ଥିବ, ବିଦେଶ ଯାତ୍ରା ପାଇଁ ୨ଲକ୍ଷ ଟଙ୍କା ବ୍ୟୟ କରିଥିବେ ଅଥବା ବାର୍ଷିକ ୧ଲକ୍ଷ ଟଙ୍କା ବା ତଦୁର୍ଦ୍ଧ୍ୱ ବିଦ୍ୟୁତ ବିଲ ପୈଠ କରୁଥିବେ ସେମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଅନିବାର୍ଯ୍ୟ କରାଯାଇଛି। ତେବେ ଯଦି କରଦାତା ତାଙ୍କ ଆୟର ସଠିକ ବିତରଣ କରିପାରିଥିବେ ତେବେ ଶୁଳ୍କ ହିସାବ କଲେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ପାଇଁ ମଧ୍ୟ କର ଦେବାକୁ ପଡୁ ନାହିଁ।