ହାର୍ଦ୍ଦିକ ପାଣ୍ଡ୍ୟା, ପୃଥ୍ୱୀ ଶଙ୍କ ସମେତ ଏହି ୯ ଖେଳାଳି ଖେଳିପାରିବେନି ଶ୍ରୀଲଙ୍କା ଟି-୨୦ ସିରିଜ

Published By : Prameya-News7 Bureau | July 28, 2021 IST

ନୂଆଦିଲ୍ଲୀ ୨୮/୦୭ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ୍ ବୁଧବାର ଖେଳାଯିବ। ପୂର୍ବରୁ ଏହି ମ୍ୟାଚ୍ ଜୁଲାଇ ୨୭ ମଙ୍ଗଳବାର ଦିନ ଖେଳାଯିବାକୁ ଥିଲା, କିନ୍ତୁ କୃଣାଲ ପାଣ୍ଡ୍ୟାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ମ୍ୟାଚ ସ୍ଥଗିତ ରଖାଯାଇଥିଲା। ଏବେ ଦ୍ୱିତୀୟ ଟି -୨୦ ମ୍ୟାଚ୍ ବୁଧବାର ଏବଂ ତୃତୀୟ ମ୍ୟାଚ୍ ଗୁରୁବାର ଖେଳାଯିବ। ତେବେ ଏହି ମ୍ୟାଚରେ ୯ ଜଣ ଭାରତୀୟ ଖେଳାଳି ଖେଳିବେ ନାହିଁ।

wp:gallery {"ids":[487084],"linkTo":"none"} /wp:gallery

ଇନସାଇଡ୍ ସ୍ପୋର୍ଟସର ଖବର ଅନୁଯାୟୀ ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଓପନର୍ ଦେବଦତ୍ତ ପଡିକ୍କାଲ ଏବଂ କୃଷ୍ଣପ୍ପା ଗୌତମ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିବେ ନାହିଁ। ଏ ସମସ୍ତେ କୃଣାଲଙ୍କ ସହ ଘନିଷ୍ଠ ଥିଲେ ବୋଲି କୁହାଯାଇଛି। ତେବେ ତାଙ୍କ ଘନିଷ୍ଠଙ୍କ ମଧ୍ୟରୁ ଜଣକ ନାଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତେବେ, ଖୁସି ଖବର ହେଉଛି କୃଣାଲଙ୍କ ନିକଟତମ ସମ୍ପର୍କ ଥିବା ସମସ୍ତ ୮ ଜଣଙ୍କ ପ୍ରଥମ କୋଭିଡ ରିପୋର୍ଟ ନେଗେଟିଭ ଆସିଛି। ସୂଚନାନୁସାରେ, ଉଭୟ ଦଳର ଖେଳାଳିଙ୍କୁ ବୁଧବାର ପୁଣି ପରୀକ୍ଷା କରାଯିବ। କିଛି କ୍ରିକେଟର ସମ୍ପୂର୍ଣ୍ଣ ଆଇଶୋଲେସନରେ ଅଛନ୍ତି ଏବଂ ସେମାନେ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପରିସ୍ଥିତି ଉପରେ ନଜର ରଖିଛି।

ଶ୍ରୀଲଙ୍କା ସ୍ୱାସ୍ଥ୍ୟ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ କୃଣାଲ ଜୁଲାଇ ୩୦ ରେ ବାକି ଭାରତୀୟ ଦଳ ସହିତ ଘରକୁ ଫେରି ପାରିବେ ନାହିଁ। ବାଧ୍ୟତାମୂଳକ ଆଇଶୋଲେସନ ଅବଧି ପୁରା କରିବା ପରେ ନେଗେଟିଭ RT PCR ପାଇଁ ଅପେକ୍ଷା କରିବାକୁ ପଡିବ। ଶିଖର ଧୱନଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ ୩୮ ରନରେ ଜିତିଥିଲା। ବର୍ତ୍ତମାନ ମ୍ୟାଚ୍ ସରିବା ପରେ ସିରିଜ୍ କବଜା କରିବାକୁ ଦଳ ନଜର ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.