ସିକିମ ସୀମାରେ ଭାରତ-ଚୀନ୍ ଯବାନ ମୁହାଁମୁହିଁ, ଆଲୋଚନା ପରେ କ୍ୟାମ୍ପକୁ ଫେରିଲେ

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ ୧୦।୦୫: ସୀମାରେ ଭାରତ- ଚୀନ ସେନା ମୁହାଁମୁହିଁ । ଉତ୍ତର ସିକ୍କିମରେ ଦୁଇ ଦେଶର ସୈନିକ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଦୀର୍ଘଦିନ ପରେ ପୁଣି ଥରେ ସୀମାରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ଡୋକଲାମରେ ମଧ୍ୟ ଏପରି ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା। ଦୁଇ ଦେଶ ମଧ୍ୟରେ ସୀମା ସମସ୍ୟା ଲାଗି ରହିଥିବାରୁ ବିଭିନ୍ନ ସମୟରେ ଏପରି ସ୍ଥିତି ଉପୁଜୁଛି।

wp:html /wp:html

ତେବେ ଉଭୟ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ସ୍ଥିତି ସାମାନ୍ୟ ହୋଇଥିବା ଜଣାପଡ଼ିଛି। ଏ ସଂପର୍କରେ ସେନାର ଦୁଇଜଣ ବରିଷ୍ଠ ଅଧିକାରୀ ପରିଚୟ ଗୋପନ ରଖି ସୂଚନା ଦେଇଛନ୍ତି।  ସିକିମର ନାକୁ ଲା ସେକ୍ଟରରେ ଦୁଇ ଦେଶର ସେନା ଭିତରେ ସଂଘର୍ଷ ହୋଇଥିଲା। ଏହି ସ୍ଥାନ ୫ ହଜାର ମିଟର ଉଚ୍ଚତାରେ ରହିଛି। ଏଥିରେ ଉଭୟ ଭାରତ ଓ ଚୀନ୍  ପକ୍ଷର କେତେକ ସୈନ୍ୟ ଆହତ ହୋଇଥିବାର ସୂଚନା ମିଳିଛି। ଏହି ସଂଘର୍ଷରେ ୧୫୦ ଜଣ ସୈନ୍ୟ ସାମିଲ ହୋଇଥିବା ବେଳେ ଭାରତର ୪ ଜଣ ଏବଂ ଚୀନ୍ ର ୭ ଜଣ ସୈନ୍ୟ ଆହତ ହୋଇଛନ୍ତି।  ତେବେ ଦୁଇ ଦେଶର ସେନା ଅଧିକାରୀଙ୍କ ଭିତରେ ଆଲୋଚନା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହାପୂର୍ବରୁ ୨୦୧୭ରେ ଭାରତ ଓ ଚୀନ୍ ସୈନ୍ୟଙ୍କ ଭିତରେ ସଂଘର୍ଷ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.