ଦୁର୍ଘଟଣାରୁ ବର୍ତ୍ତିଗଲା ଦୁଇ ବିମାନ, ୩ ହଜାର ଫୁଟ୍‌ ଉପରେ ଟଳିଲା ବିପତ୍ତି

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦।୦୧: ଜାନୁଆରୀ ୭ ତାରିଖରେ ବେଙ୍ଗାଳୁରୁ-ଭୁବନେଶ୍ବର ଇଣ୍ଡିଗୋ ବିମାନ ମଝି ଆକାଶରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ଖବର ଏବେ ସାମ୍ନାକୁ ଆସିଥିବା ବେଳେ ଏନେଇ ଡି.ଜି.ସି.ଏ. ତଦନ୍ତ ଆରମ୍ଭ କରିଛି। ଡାଇରକ୍ଟୋରେଟ ଜେନେରାଲ୍ ଅଫ୍ ସିଭିଲ ଆଭିଏନସ-ଡି.ଜି.ସି.ଏ.ର ମୁଖ୍ୟ ଅରୁଣ କୁମାର ଏହା ପ୍ରକାଶ କରିଛନ୍ତି।

ଖବର ଅନୁଯାୟୀ, ବେଙ୍ଗୋଳୁରୁ କେମ୍ପେଗୌଡ଼ା ବିମାନ ବନ୍ଦରରୁ ଇଣ୍ଡିଗୋ 6-E- 246 ବିମାନ ଭୁବନେଶ୍ବର ଅଭିମୁଖେ ଉଡ଼ାଣ କରିଥିଲା। ସମାନ ସମୟରେ 6-E- 455 ଇଣ୍ଡିଗୋବିମାନ କୋଲକାତା ଅଭିମୁଖେ ମଧ୍ୟ ଯାତ୍ରା କରିଥିଲା। ତେବେ ଉଭୟ ବିମାନ ସମାନ ରୁଟ୍ ରେ ଆକାଶ ମାର୍ଗରେ ଉଡ଼ିବାକୁ ଯାଉଥିଲେ। ଫଳରେ ଉଭୟ ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଥିଲେ।

ତେବେ କଣ୍ଟ୍ରୋଲ ରୁମ୍ ରୁ ଉଭୟ ବିମାନର ପାଇଲଟଙ୍କୁ ସତର୍କ କରିଦିଆଯିବାରୁ, ଉଭୟ ବିମାନ ବର୍ତ୍ତି ଯାଇଥିଲା। ଉଭୟ ବିମାନରେ ୪୦୦ ଯାତ୍ରୀ ଥିଲେ। ତେବେ ଏତେ ବଡ଼ ଘଟଣା ସଂପର୍କରେ ସମସ୍ତେ ନିରବ ହୋଇଯାଇଥିଲେ। କଥା ପଦାକୁ ଆସିବା ପରେ ଡି.ଜି.ସି.ଏ. ରିପୋର୍ଟ ମାଗିଛି। ଏଭଳି ତ୍ରୁଟି ପାଇଁ ଯେ କେହିବି ଦାୟୀ ଥିବେ , ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡି.ଜି.ସି.ଏ. ମୁଖ୍ୟ ଅରୁଣ କୁମାର ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.