Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଛୋଟ ଝିଅକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ପିଲାଙ୍କ ଜୀବନ ଗଲା

16/09/2021 at 5:30 PM

ମାଧେପୁରା ୧୬/୦୯: ବିହାରର ମାଧେପୁରାରେ ଅଭାବନୀୟ ଘଟଣା ଘଟିଛି। ଗାଡ଼ିଆରେ ପୂଜା ସାମଗ୍ରୀ ବିସର୍ଜନ ବେଳେ ବୁଡ଼ିଗଲେ ୫ ପିଲା । ସେମାନଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ। ମୃତକଙ୍କ ମଧ୍ୟରେ ଚାରି ଜଣ ଝିଅ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି।

ଅଘଟଣ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ବହୁ ଭିଡ଼ ଜମିଥିଲା। ଏକା ସାଙ୍ଗରେ ୫ ପିଲାଙ୍କ ଶବ ଦେଖି ସବୁ ଆଡ଼େ ଚହଳ ପଡ଼ିଯାଇଥିଲା । ଖବର ପାଇଁ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ମାଧେପୁରା ଅନ୍ତର୍ଗତ ମନୋହରପୁର ଗାଁରେ ଏହି ଘଟଣାଟି ଘଟିଛି। ମିଳିଥିବା ସୂଚନା ଅନୁସାରେ, ଗାଡ଼ିଆରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ପ୍ରଥମେ ଜଣେ ଝିଅର  ଗୋଡ଼ ଖସିଯାଇଥିଲା।

ତାକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣ ବୁଡ଼ିଯାଇଥିଲେ। ସେମାନଙ୍କ ସହିତ ଅନ୍ୟ ପିଲାମାନେ ମଧ୍ୟ ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପାଖଆଖରେ ଥିବା ଲୋକେ ସେଠାରେ ପହଞ୍ଚିଥିଲେ। କିଛି ଲୋକ ଗାଡ଼ିଆରେ ପଶି କିଛି ପିଲାଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ସେତେବେଳକୁ ୫ ପିଲାଙ୍କ ମୃତ୍ୟୁ ହୋଇସାରିଥିଲା।

   Related Posts