ଆଶାକର୍ମୀଙ୍କ ପ୍ରୋତ୍ସାହନ ରାଶି ହଡପ ଘଟଣା: ଅଧିକାରୀଙ୍କୁ ଜଣାଇବା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | August 18, 2020 IST

ପଦ୍ମପୁର୧୮/୮: ଆଶା ଦିଦିଙ୍କ ଇନ୍‌ଟନସିଭ୍‌ ବା ତାଲିମ ବାବଦକୁ ଆସିଥିବା ୧୦ ହଜାର ଟଙ୍କା ହଡପ ଘଟଣା। ମିଳିଥିବା ସୂଚନା ମୁତାବକ, ୭୨  ଜଣ  ଆଶାକର୍ମୀ ତାଲିମ ନେଉଥିଲେ। ସେମାନଙ୍କ ତାଲିମ ବାବଦକୁ ଆସିଥିବା ୫ ମାସର ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଆସିଥିବା ସୂଚନା ମିଳିଛି। କିନ୍ତୁ ଏହି ଟଙ୍କାକୁ ସେମାନଙ୍କ ଦିଆଯାଇ ନାହିଁ। ସେହି ଟଙ୍କାକୁ ହଡ଼ପ କରାଯାଇଥିବା ତାଲିମ ନେଉଥିବା ୭୨ ଜଣ ଆଶାକର୍ମୀ ଅଭିଯୋଗ ଆଣିଛନ୍ତି। ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବରଗଡ଼  ସି :ଏଚ : ସି  ଅଧିନରେ  ଏହି  ୭୨ ଜଣ  ଆଶାକର୍ମୀ  ତାଲିମ ନେଉଥିଲେ। କାର୍ଯ୍ୟରତ ୭୨ ଜଣ  ଆଶା କର୍ମୀ ଏ ସଂପର୍କରେ ଡଭା  ସି.ଏଚ. ସି ର ଅଧିକାରୀ  ଓ ବରଗଡ଼ ସିଡିଏମଓଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ଏ ଦିଗରେ ଅଧିକାରୀମାନେ କୌଣସି ପଦକ୍ଷେପ ନ ନେଇ ନୀରବ ରହୁଛନ୍ତି । କେବଳ ଟଙ୍କା ପାଇବ ବୋଲି ପ୍ରତିଶୃତି ଦେଉଛନ୍ତି  ।

ଇତି ମଧ୍ୟରେ ଆକାଉଣ୍ଟାଟ୍‌ ଶ୍ରୀ ସିଦ୍ଧାର ବଦଳି ହୋଇ ତାଳପାଲି ସିଏଚସିରେ କାର୍ଯ୍ୟରତ। ଡବା ସିଏଚସି ଇନଚାର୍ଜ ଡା ମଧୁମିତା ମେହେରଙ୍କୁ ପଚାରିବାରୁ ଆଶା କର୍ମୀଙ୍କ  ଟଙ୍କା ହଡପ ହୋଇଥିବା ସ୍ବିକାର କରିବା ସହ ବରଗଡ଼ ସିଡିଏମଙ୍କୁ ଜଣାଇଥିବା କହିଛନ୍ତି  । ଟୁହୁଙ୍ଗିଦାଦର ଗ୍ରାମର  ଆଶାକର୍ମୀ ଶ୍ରୀ ମତୀ ସୁଷମା ବାରିକ ନୁଆଁଖାଇ ପୂର୍ବରୁ ଆଶା କର୍ମୀଙ୍କୁ ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅନୁରୋଧ କରିଛନ୍ତି । ଆଶା କର୍ମୀ ମାନଙ୍କ ଦରମା ନଥିବା ବେଳେ କେବଳ ଏହି ପ୍ରହୋତ୍ସାନ ରାଶି ଉପରେ ନିର୍ଭର କରି ଚଳିଥାଆନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.