ଉଦ୍ଘାଟନ ପୂର୍ବରୁ ଭାଙ୍ଗିଲା ଫଳକ, ଆଜି ହୋଇଥାନ୍ତା ଓଡିଶା ଆଦର୍ଶ ବିଦ୍ୟାଳୟର ଉଦ୍ଘାଟନ
31/01/2020 at 7:49 AM

ଭଦ୍ରକ ୩୧।୧: ଉଦଘାଟନ ପୂର୍ବରୁ ଭାଙ୍ଗିଲେ ଉଦଘାଟନୀ ଫଳକ । ଆଜି ଉଦଘାଟନ ହୋଇଥାନ୍ତା ଓଡିଶା ଆଦର୍ଶ ବିଦ୍ୟାଳୟ । ରାତିରେ କେହି ଅଜଣା ଦୁର୍ବୃତ୍ତ ଫଳକ ଭାଙ୍ଗିଦେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକଠାରେ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟର ଉଦଘାଟନ ହୋଇଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଉଦଘାଟନୀ ଫଳକ ମଧ୍ୟ ଲାଗିସାରିଥିଲା । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟ ଗୃହକୁ ଉଦଘାଟନ କରିଥାନ୍ତେ ।

ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟଙ୍କ ସହ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନାମ ମଧ୍ୟ ଫଳକରେ ଥିବା ସୂଚନା ମିଳିଛି । ତେବେ କୌଣସି ବ୍ୟକ୍ତି କଣ ପାଇଁ ଫଳକ ଭାଙ୍ଗିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
Related Posts
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021