ଭଦ୍ରକ: ପଞ୍ଚାୟତ ଗଠନ ହେବାର ଦୀର୍ଘ ବର୍ଷ ପରେ ପ୍ରତିଷ୍ଠା ହେଲା ପଞ୍ଚାୟତ କାର୍ଯ୍ୟାଳୟ

Published By : Prameya-News7 Bureau | February 22, 2021 IST

ଭଦ୍ରକ୨୨/୨: ପଞ୍ଚାୟତ ଗଠନ ହୋଇଥିଲା କିନ୍ତୁ ନଥିଲା ପଞ୍ଚାୟତ କାର୍ଯ୍ୟାଳୟ। ଅନ୍ୟ ପଞ୍ଚାୟତର ରାଜୀବ ସେବାକେନ୍ଦ୍ରରେ ଚାଲିଥିଲା ପଞ୍ଚାୟତ କାର୍ଯ୍ୟାଳୟ କାମ। ଏବେ ପଞ୍ଚାୟତରେ ନିର୍ମାଣ ହେଲା ନିଜସ୍ବ କାର୍ଯ୍ୟାଳୟ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ବୟାଁବନାପୁର ପଞ୍ଚାୟତ ଗଠନ ହେବା ଠାରୁ ନିଜସ୍ଵ ଅଫିସ ନଥିଲା ।

{"id":412900,"sizeSlug":"large","linkDestination":"none"}

ପଞ୍ଚାୟତବାସୀ ପଞ୍ଚାୟତ ଅଫିସରେ କୌଣସି କାର୍ଯ୍ୟ ହେଲେ ନିକଟ ଦକ୍ଷିଣବାଡ ପଞ୍ଚାୟତର ରାଜୀବ ସେବା କେନ୍ଦ୍ରରେ ଥିବା ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିଲେ । ତେବେ ୩୦ ଲକ୍ଷ ଟଙ୍କା ବ୍ୟୟରେ ବୟାଁବନାପୁର ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟର ଉଦ୍‌ଘାଟନ ହୋଇଛି । ଏହି ଉଦ୍‌ଘାଟନ ଅବସରରେ ସରପଞ୍ଚ ପ୍ରଶାନ୍ତ ସାହୁଙ୍କ ସହ ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ଫିତା କାଟି ଉଦ୍‌ଘାଟନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.